ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଂଟନ କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକସ୍ଥିତ ମୁଣ୍ଡାଳୋ ଠାରେ ଜଗତସିଂହପୁର ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ପରିଚାଳିତ ହାତ ତିଆରି ଏମ୍ବ୍ରୋଡେରୀ ପ୍ରଶିକ୍ଷଣ କେନ୍ଦ୍ରରେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସହ-କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ସାମଲ, ମୁଣ୍ଡାଳୋ ଗ୍ରେଟ ଆଇ.ଟି.ଆଇର ଅଧ୍ୟକ୍ଷ ସୁଶୀଲ କୁମାର ଦାସ ପ୍ରମୁଖ ଯୋଗ ଦେଇ ପ୍ରମାଣପତ୍ର ବଂଟନ କରିବା ସହ ପ୍ରଶିକ୍ଷାର୍ଥୀମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । ଶେଷରେ ପ୍ରଶିକ୍ଷିକା ଲିପ୍‌ସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅନନ୍ତପୁର ଗ୍ରାମରେ ଥିବା ପ୍ରଶିକ୍ଷଣ କେନ୍ଦ୍ରର ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ