ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ ସଂଘ ର ସଭାପତି ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତା ରେ ଆୟୋଜନ ହୋଇଥିଲା l ଏଥିରେ ବାଲିଗୁଡା ସମେତ ମହାଶିଙ୍ଗି, କ.ନୂଆଗାଁ, ସିର୍ତ୍ତିଗୁଡା, କୁର୍ତ୍ତମଗଡ, ତୁମୁଡିବନ୍ଧ ଓ କୋଟଗଡ ଅଞ୍ଚଳର ସମସ୍ତ ମୁଠା ବେହେରା ଓ ସଦସ୍ୟ  ମାନେ ଉପସ୍ଥିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏଥିରେ ସଂଘର ସଦସ୍ୟ କୈଳାଶ ଚନ୍ଦ୍ର ପସାୟତଙ୍କୁ ରାଜ୍ୟ ବେହେରା ଦାୟିତ୍ୱ ତୁଲାଇବା ପାଇଁ ସଂଘ ଅନୁମୋଦିତ କରିଥିବା ବେଳେ ସଭାପତି ଭାବେ ନିରଞ୍ଜନ ଡାକୁଆ, ସମ୍ପାଦକ ଭାବେ ମନୋଜ କୁମାର ପସାୟତ, କୋଷାଧକ୍ଷ ଭାବେ ଜଗନ୍ନାଥ ପସାୟତ, କ.ନୂଆଗାଁ ରୁ ଉପସଭାପତି ଭାବେ ସୂର୍ଯ୍ୟ ନାରାୟଣ ବେହେରା,  କୋଟଗଡରୁ ମୁଠା ବେହେରା ଭାବେ ସନ୍ୟାସୀ ଡାକୁଆ, ତୁମୁଡିବନ୍ଧରୁ ମୁଠା ବେହେରା ଭାବେ ସୁଦାମ ଡାକୁଆ, ବାଲିଗୁଡାରୁ ପାଇକ ଭାବେ ସୁରେନ୍ଦ୍ର ଡାକୁଆ ଏବଂ କନ୍ଧମାଳ ଜିଲ୍ଲା ବାରିକ ସଂଘକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସଭାପତି ନିରଞ୍ଜନ ଡାକୁଆ ଓ ସମ୍ପାଦକ ମନୋଜ କୁମାର ପସାୟତଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ ସଂଘ ତରଫରୁ ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି l ଶେଷରେ ସଭାପତି ଶ୍ରୀ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ