୩୦ ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ଯୁବ ସମାଜସେବୀ ସଲିମ ରାଜାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦ଜଣ ବ୍ୟକ୍ତିଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପଦକ୍ଷେପ ନିଆଯାଇଛି । ସହରର ଶ୍ରୀରାମ ହସପିଟାଲର ସହଯୋଗରେ ଆୟୋଜିତ ବିଭିନ୍ନ ଚକ୍ଷୁ ପରୀକ୍ଷା ଶିବିରରୁ ଚିହ୍ନଟ ହୋଇଥିବା ମୋତିଆବିନ୍ଦୁ ରୋଗୀଙ୍କୁ ଏବେ ପର୍ଯ୍ୟାୟ କ୍ରମେ ଅପରେସନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜଣଙ୍କର ପ୍ରାକ ପରୀକ୍ଷଣ ପରେ ଅସ୍ତ୍ରୋପଚାର ଚୂଡ଼ାନ୍ତ ହୋଇଛି । ସରକାରୀ ଯୋଜନା ଅନ୍ତର୍ଗତ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ଏହି ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସଲିମ ରାଜା କହିଛନ୍ତି । ଏଥିରେ ସହଯୋଗ କରିଥିବା ସାମାଜିକ କର୍ମୀ ମହମ୍ମଦ ୟୁନୁସ ଓ ଜ୍ୟୋତିପ୍ରକାଶ ଦେଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ରହିଥିବା ବେଳେ ଏହାର ସୁଫଳ ପାଇବା ନିମନ୍ତେ ସଚେତନତା ଅଭିଯାନ ଜାରି ରଖିଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ