ପ୍ରାର୍ଥୀଙ୍କ ଖର୍ଚ୍ଚ ସମ୍ପର୍କିତ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଖର୍ଚ୍ଚ ବାବଦୀୟ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ବୈଠକ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜିଲ୍ଲା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅଧିକାରୀ ରମେଶ କୁମାର ପାତ୍ର ଓ ସଂଯୋଜନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଘୋଷ ଯୋଗଦେଇ ଉପସ୍ଥିତ ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହାସହିତ ନିର୍ବାଚନ ପରିଚାଳନା ଆଇନକାନୁନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଥିରେ ତିନି ଗୋଟି ଜୋନର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହିତ ୨୩ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ ବୈଠକକୁ ପରିଚାଳନା କରିଥିଲେ ।


