ବିଦ୍ୟୁତ ତାର ଲାଗି ଧାନ କଟା ମେସିନ ଚାଳକ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ନିକଟସ୍ଥ ରାଜେନ୍ଦ୍ରପୁର ନିକଟରେ ଆଜି ସକାଳ ପ୍ରାୟ ୧୦.୩୦ମିନିଟ ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରକରେ ଗୋଟିଏ ଧାନକଟା ମେସିନ ଯାଉଥିବା ବେଳେ ଏହା ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଦୁଇଜଣ ବର୍ତ୍ତିଯାଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଯୁଧିଷ୍ଠିର ସରକାର ଓ ତାଙ୍କ ଘର କୋରାଫୁଟ ଜିଲ୍ଲା କାଲିମେଳା ଅଂଚଳର ବୋଲି ସୂଚନା ମିଳିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ୩୭/୨୨ରେ ମାମଲା ଋଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ