ପ୍ରିୟଙ୍କା-ନିକ୍ ଜୋନସ୍ ଲସ୍ ଏଞ୍ଜେଲସ୍‌ରେ କିଣିଲେ ନୂଆ ଘର, ଖର୍ଚ୍ଚ କଲେ ୨୦ ମିଲିୟନ୍ ଡଲାର !

ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନସ୍ ଆମେରିକାର ଲସ୍ ଏଞ୍ଜେଲସଠାରେ ଏକ ନୂଆ ଘର କିଣିଛନ୍ତି, ଯାହାର ମୂଲ୍ୟ ଶୁଣି ଆପଣ ନିଶ୍ଚିତ କହିବେ “ଓ ମାଇଁ ଗଡ୍‌’! ଏକ ଜର୍ନାଲ ମୁତାବକ, ନିକ୍ ଏବଂ ପ୍ରିୟଙ୍କା ଲସ୍ ଏଞ୍ଜେଲସଠାରେ ୨୦,୦୦୦ ବର୍ଗ ଫୁଟର ସମ୍ପତ୍ତି କିଣିଛନ୍ତି, ଯାହାର ମୂଲ୍ୟ ୨୦ ମିଲିୟନ୍ ଡଲାର । ଯଦି ଏହି ସମ୍ପତ୍ତିର ମୂଲ୍ୟକୁ ଭାରତୀୟ ମୁଦ୍ରାରେ ଗଣାଯାଏ, ତା’ହେଲେ ଏହା ୧୪୪ କୋଟି ଟଙ୍କା ହେବ । ଜୋନସ୍ ବ୍ରଦର୍ସ ଲସ୍ ଏଞ୍ଜେଲସ୍ ନିକଟସ୍ଥ ଏନ୍‌ସିନା ନାମକ ଜାଗାରେ ବହୁତ ପଇସା ନିବେଶ କରିଛନ୍ତି । ସମସ୍ତ ଭାଇମାନେ ମିଶି ଏ ପର୍ଯ୍ୟନ୍ତ ଏହି ଜାଗାରେ ସମ୍ପତ୍ତି ପାଇଁ ମୋଟ ୩୪.୧ ମିଲିୟନ୍ ଡଲାର ଖର୍ଚ୍ଚ କରିଛନ୍ତି । ତେବେ ନିକ୍‌-ପ୍ରିୟଙ୍କାଙ୍କ ପୂର୍ବରୁ ସୋଫି ଟର୍ନର ନିଜ ସ୍ୱାମୀଙ୍କ ସହ ମିଶି ୧୫,୦୦୦ ବର୍ଗଫୁଟର ଘର କିଣିଥିଲେ, ଯାହାର ମୂଲ୍ୟ ଥିଲା ୧୪.୧ ମିଲିୟନ୍ ଡଲାର । ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କ ନୂଆ ଘରେ ୭ଟି ବେଡରୁମ ଏବଂ ୧୧ଟି ବାଥରୁମ ଅଛି । ସେଠି ସୋଫି ଟର୍ନରଙ୍କ ଘରେ ୧୦ଟି ବେଡରୁମ୍ ଏବଂ ୧୪ଟି ବାଥରୁମ୍ ରହିଛି । ତେବେ ଅଗଷ୍ଟରେ ନିକ୍ ନିଜ ବ୍ୟାଚେଲର ଘରକୁ ବିକ୍ରି କରିଦେଇଥିବା ଏକ ଖବର ସାମ୍ନାକୁ ଆସିଥିଲା । ସେ ପ୍ରିୟଙ୍କା ସହ ଘର ଶେୟାର କରିବା ଲାଗି ଏକ ନୂଆ ଘର ଖୋଜୁଥିଲେ । ନିକଟରେ ପ୍ରିୟଙ୍କା ଏକ ଇଣ୍ଟରଭ୍ୟୁରେ କହିଥିଲେ, “ଘର କିଣିବା ଏବଂ ମା’ ହେବା ମୋର ଟୁ-ଡୁ ଲିଷ୍ଟରେ ଅଛି । ଯେଉଁଠି ମୁଁ ଖୁସି ଅଛି ଏବଂ ମୋ ଆଖପାଖର ଲୋକ ଖୁସି ଅଛନ୍ତି, ତାହା ମୋ ପାଇଁ ଘର ଅଟେ’ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ