ଭତ୍ତା ପ୍ରାପ୍ତ ହିତାଧିକାରୀଙ୍କ ଧାରଣା

ମୋହନା ,( ଅଂଶୁମାନ ପଣ୍ଡା ) : ଗଜପତି ଜିଲ୍ଲା ମୋହନା ବ୍ଲକର, ଚୁଡ଼ଙ୍ଗପୁର ପଞ୍ଚାୟତରେ ଶୁକ୍ରବାର ବିକଳାଙ୍ଗ, ବିଧବା, ମାନସିକ ବିକଳାଙ୍ଗ ବ୍ୟକ୍ତି ଏବଂ ବିଭିନ୍ନ ଭତ୍ତା ପ୍ରାପ୍ତ ଚାରି ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ପଞ୍ଚାୟତ ଆଗରେ ଧାରଣା ଦେଇଥିଲେ । ଦୀର୍ଘ ଦିନ ଧରି ପଞ୍ଚାୟତର ପିଓଙ୍କ ଠାରୁ ମାସିକ ଭତ୍ତା ଟଙ୍କା ସୂଚାରୁପେ ପାଇ ଆସୁଥିଲେ କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ମାସ ମାନଙ୍କରେ ହିତାଧିକାରୀ ମାନେ ନିଜର ବ୍ୟାଙ୍କ ଖାତାରେ ଭତ୍ତାଟଙ୍କା ପାଇପାରିବେ । ଯାହାଫଳରେ ହିତାଧିକାରୀଙ୍କୁ ଟଙ୍କା ଉଠାଇବାକୁ ହେଲେ ଗ୍ରାମଠାରୁ ୩୫-୪୦ କ.ମି ଦୂରତାରେ ଥିବା ଚନ୍ଦ୍ରଗିରି,ମୋହନା,ଚାନ୍ଦିପୁଟ୍ ବ୍ୟାଙ୍କ ଯିବାକୁ ପଡ଼ିବ । ଯାହାକୁ ବିରୋଦ୍ଧ କରି ପାନକୁଆ,ବେଶେରିଗୁଡ଼ା,ଗୁମିଗୁଡା,ଚୁଡ଼ଙ୍ଗପୁର,ବହାଳୁଆ ଗ୍ରାମର ହିତାଧିକାରୀମାନେ ଧାରଣାରେ ବସିଥିଲେ । ହିତାଧିକାରୀମାନେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅବଗତ ନିମନ୍ତେ ଏକ ଦରଖାସ୍ତ ପତ୍ର ସରପଞ୍ଚଙ୍କ ଅନୁପସ୍ଥିତରେ କାର୍ଯ୍ୟରତ ଗ୍ରାମ୍ୟ ରୋଜଗାର ସେବକ ମନୋଜ କୁମାର ପରିଛାଙ୍କୁ ଲିଖିତ ମାଧ୍ୟମରେ ଅବଗତ କରିଛନ୍ତି । ହିତାଧିକାରୀମାନେ ଆଗାମି ଦିନରେ ଯେପରି ବ୍ୟାଙ୍କ ଖାତାକୁ ଭତା ଟଙ୍କା ନ ଦେଇ ଚୂଡ଼ଙ୍ଗପୁର ପଞ୍ଚାୟତରେ ଆଗ ଭଳି ଭତା ଟଙ୍କା ପ୍ରଦାନ କରିବାପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ