ପ୍ରେସ୍ ଇସ୍ତାହାର ଓଡ଼ିଶା ଦୂରସଞ୍ଚାର ବିଭାଗ ପକ୍ଷରୁ ସଚେତନତାମୂଳକ ୱେବିନାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଦୂରସଞ୍ଚାର ବିଭାଗ (ଏଲ୍.ଏସ୍.ଏ.) ପକ୍ଷରୁ ୨୦୨୧ରେ ଇ.ଏମ୍.ଏଫ୍ ରାଡିଏସନ୍ ବିକିରଣ ଉପରେ ଏକ ସଚେତନତାମୂଳକ େଓବିନାର ମୁଖ୍ୟ ଡାକଘରଠାରେ ଆୟୋଜିତ ହୋଇଥିଲା । ଭାରତ ସ୍ୱାଧୀନତାର ୭୫ ବର୍ଷ “ଆଜାଦୀ କା ଅମୃତ’ ମହୋତ୍ସବ ପାଳନ ଅବସରରେ ଜନସାଧାରଣଙ୍କ ପାଖରେ ଦୂରସଞ୍ଚାର ବିଭାଗ କିପରି ସହଜ, ସରଳରେ ପହଂଚିବା ପାରିବ, ଟାୱାରର ଗୁଣବତ୍ତା, ଦୂରସଞ୍ଚାରର ନିକଟ ଭବିଷ୍ୟତରେ “୫ ଜି’ର ନେଟ୍ୱାର୍କ ତଥା “ଆତ୍ମନିର୍ଭର ଭାରତ’ ନିର୍ମାଣ କରାଯିବା ଉପରେ ଉକ୍ତ ୱେବିନାର ଆୟୋଜିତ କରାଯାଇଥିଲା । ଏଥିରେ ସଭାପତିତ୍ୱ କରି ଓଡ଼ିଶା ବରିଷ୍ଠ ନିର୍ଦ୍ଦେଶକ, ଲାଇସେନ୍ସିଂ ଶ୍ରୀଯୁକ୍ତ ବି.କେ. ନାୟକ, ବରିଷ୍ଠ ଉପ-ମହାନିର୍ଦ୍ଦେଶକ ଟି. ବାରାପ୍ରସାଦ, ନିର୍ଦ୍ଦେଶକ ସଞ୍ଜୟ କୁମାର ଗୁପ୍ତା ପ୍ରମୁଖ ଅଧିକାରୀମାନେ ଯୋଗଦେଇ ଦୂରସଞ୍ଚାରର ରାଷ୍ଟ୍ରନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ଗ୍ରାହକଙ୍କୁ ସର୍ବୋତ୍ତମ ମାନର ସେବା ଯୋଗାଇବା ସହିତ ଭିତ୍ତିଭୂମିକୁ ଦୃଢ଼ କରିବା ତଥା ନେଟ୍ୱାର୍କ ଗୁଡ଼ିକୁ ବିସ୍ତାରିତ କରିବା ଏବଂ ବିଭିନ୍ନ ଉନ୍ନୟନମୂଳକ କାଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ଏଲ୍.ଏସ୍.ଏ. ନିର୍ଦ୍ଦେଶକ (କମ୍ପ୍ଲିଆନ୍ସ) ସଞ୍ଜୟ କୁମାର ଗୁପ୍ତା ମତବ୍ୟକ୍ତ କରିଥିଲେ ଯେ, ଦୂରସଞ୍ଚାରର ପ୍ରାସଙ୍ଗିକତା ମନୁଷ୍ୟ ଜୀବନ ଉପରେ ପଡ଼ିବା ସହିତ ରାଷ୍ଟ୍ର ନିର୍ମାଣରେ ଆହୁରି ଲୋକାଭିମୁଖୀ କାର୍ଯ୍ୟ କରିବା ପାଇଁ ଉକ୍ତ ବିଭାଗ ସଦାସର୍ବଦା ପ୍ରୟାସ ଜାରି ରଖିଛି । କାର୍ଯ୍ୟକ୍ରମକୁ ସଂଯୋଜନା କରି ବ୍ୟକ୍ତିଗତ ସଚିବ ତଥା ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ଷଡ଼ଙ୍ଗୀ ଦୂରସଞ୍ଚାରର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିବା ସହିତ ବି.ଏସ୍.ଏନ୍.ଏଲ୍. ଏବଂ ଭାରତ ସରକାରଙ୍କର ଏହି ବିଭାଗଟି ଜନକଲ୍ୟାଣ ପାଇଁ ସମର୍ପିତ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପ ମହାନିର୍ଦ୍ଦେଶକ ଜି. ରତ୍ନକୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ବି.କେ. ନାୟକ ଭାରତ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ. ଯୋଷୀ ପ୍ରମୁଖ ୱେବିନାର ମାଧ୍ୟମରେ ଯୋଡ଼ିହୋଇ ନିଜନିଜର ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଜନସାଧାରଣ ବିକିରଣ ସମସ୍ୟା ନେଇ କୌଣସି ପ୍ରକାରେ ଆତଙ୍କିତ ଏବଂ ଭୟଭୀତ ହେବା ଉଚିତ ନୁହେଁ । ଏହା ସହିତ ସ୍ୱାସ୍ଥ୍ୟ ପ୍ରତି କୌଣସି କ୍ଷତିକାରକ ନୁହେଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ଆଲୋଚନାରେ ନୂଆଦିଲ୍ଲୀ ଏବଂ ଅନ୍ୟ ଅଞ୍ଚଳରୁ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏକ ପ୍ରେସ୍ବାର୍ତ୍ତାରେ ଜନସମ୍ପର୍କ ଅଧିକାରୀ ତଥା ବ୍ୟକ୍ତିଗତ ସଚିବ ମନୋଜ କୁମାର ଷଡ଼ଙ୍ଗୀ କହିଛନ୍ତି । ଓଡ଼ିଶା ଏଲ୍.ଏସ୍.ଏ.ର ନିର୍ଦ୍ଦେଶକ ଶ୍ରୀଯୁକ୍ତ କର୍ମା ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।


