ଫିରିଙ୍ଗିଆ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ଫିରିଙ୍ଗିଆ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଫିରିଙ୍ଗିଆ ବନ ବିଭାଗ ତରଫରୁ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୪ତମ ବନ ମହୋତ୍ସବରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସିଂ, ସହକାରୀ ଶିକ୍ଷକ ଉମେଶ ବେହେରା, ପାହାଡ଼ ସ୍ବେଚ୍ଛାସେଵୀ ଅନୁଷ୍ଠାନ ଟିମ ଲିଡର ବିଭୁ ପ୍ରସାଦ ପ୍ରଧାନ, ଡିଓ ଅମୁଲ୍ୟ ପ୍ରଧାନ, ଡିଓ ଦଣ୍ଡପାଣି କହଁର, ବନପାଳ ପ୍ରବୀଣ ଦାଶ, ବନରକ୍ଷୀଙ୍କ ସହ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକଙ୍କ ସମେତ ଜଙ୍ଗଲ ଓ ବୃକ୍ଷ ପ୍ରେମୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।୭୪ ତମ ବନ ମହୋତ୍ସବ ସପ୍ତାହରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଜଙ୍ଗଲ ସୁରକ୍ଷା ଏବଂ ଚାରା ରୋପଣ କରି ଜଙ୍ଗଲକୁ ବଞ୍ଚାଇବା ସହ ନିଜେ ବଞ୍ଚିବା ଏବଂ ପ୍ରକୃତିକୁ ବଞ୍ଚାଇବାକୁ ସଚେତନ କରା ଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଚାରା ରୋପଣ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ