ଫିଲ୍ମ ‘ମିମି’ ପାଇଁ ଓଜନ ବଢାଇଲେ କୃତି

ମୁମ୍ବାଇ : ଅଭିନେତ୍ରୀ କୃତି ସାନୋନ୍‌ ଅପକମିଙ୍ଗ୍‌ ଫିଲ୍ମ ‘ମିମି’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲଲ୍ମ ପାଇଁ କୃତି ୧୫ କିଲୋ ଓଜନ ବଢାଇଛନ୍ତି । ଏହି ଫିଲ୍ମରେ କୃତି ଜଣେ ସରୋଗେଟ୍‌ ମଦର୍‌ ଭୂମିକାରେ ନଜର ଆସିବେ । ନିକଟରେ କୃତି ନିଜର ଏକ ପୁରୁଣା ଫଟୋକୁ ସେୟାର କରି ଲେଖିଛନ୍ତି ଯେ, ନିଜ ଚରିତ୍ରକୁ ସଠିକ୍‌ ରୂପେ ଉପସ୍ଥାପନ କରିବା ପାଇଁ ଆମକୁ ନିଜ ଓଜନ ବଢାଇବାକୁ ପଡିଥାଏ । କିନ୍ତୁ ମୋତେ ମୋ’ ପୁରୁଣା ସେକ୍ସି ଚେହେରା ହିଁ ପସନ୍ଦ, ବହୁତ ଶୀଘ୍ର ମୁଁ ମୋ’ର ପୁରୁଣା ଲୁକ୍‌ରେ ନଜର ଆସିବି ।’ ଫିଲ୍ମଟିର ଶୁଟିଂର ପୂରା ହୋଇନଥିବାରୁ ଏବେ କୃତି ଏକ୍ସରସାଇଜ୍‌ କରିବେ ନାହିଁ ବୋଲି କହିଛନ୍ତି । ‘ମିମି’ ମରାଠୀ ଫିଲ୍ମ ‘ମଲା ଆଇ ଭାୟଚାଲ୍‌’ ଉପରେ ଆଧାରିତ । ୨୦୧୧ରେ ନିର୍ମିତ ଏହି ଫିଲ୍ଟି ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ ହୋଇଥିଲ । ‘ମିମି’ ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଲକ୍ଷ୍ମଣ ଉତେର୍‌କର । ଏହି ଫିଲ୍ମରେ କୃତିଙ୍କ ବ୍ୟତୀତ୍‌ ପଙ୍କଜ ତ୍ରିପାଠୀ ମଧ୍ୟ ଅଭିନୟ କରୁଛନ୍ତି । ଫିଲ୍ମଟି ଜୁଲାଇ ୨୦ରେ ପରଦାକୁ ଆସିବାର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ