ଫୁଲବାଣୀ ଓ ବାଲିଗୁଡା ୪ ଦିନ ପାଇଁ ସଟଡାଉନ ଘୋଷଣା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଫୁଲବାଣୀ ପୌରପରିଷଦ ଓ ବାଲିଗୁଡା ଏନଏସି ଅଞ୍ଚଳକୁ ସଟଡାଉନ କରାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି। ଏନେଇ ଜିଲ୍ଲାପାଳ ମଙ୍ଗଳବାର ରାତିରେ ନିର୍ଦ୍ଦେଶ ଦେଇଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦିଆଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏହି ନିଷ୍ପତି ନେଇଛି। ଏହି ୪ ଦିନ ଏହି ଦୁଇ ସହରରେ କୌଣସି ପ୍ରକାର ଗାଡି ଚଳାଚଳ, ଦୋକାନ ବଜାର ଖୋଲିପାରିବ ନାହିଁ। ଦୁଇ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ, ଯଦି କିଛି ଜରୁରୀ କାମ ଥାଏ ତେବେ ସମ୍ପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଯାତାୟାତ କରିପାରିବେ। ଏହି ୪ ଦିନରେ ସ୍ୱାସ୍ଥ୍ୟ ବିଭାଗ ଘରକୁ ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ