ଫେରନ୍ତାଙ୍କୁ ସଂଗରୋଧ କେନ୍ଦ୍ର ପଠାଗଲା

ପଶ୍ଚିମବଙ୍ଗକୁ ଫେରିଲେ ଖଣି ଶ୍ରମିକ

ଯୋଡା (ସମୀର କୁମାର ଦାସ) : ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଆନ୍ତରାଜ୍ୟ ଫେରନ୍ତାଙ୍କୁ ନିଜ ଅଂଚଳରେ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବାର ସମସ୍ତ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ଇତି ମଧ୍ୟରେ ରାଜସ୍ଥାନ କୋଟାରୁ ଫେରିଥିବା ୧୧ ଜଣ ଛାତ୍ରୀଛାତ୍ର ଓ ବିଶାଖାପାଟଣାରୁ ଫେରିଥିବା ୩ ଜଣ ଲୋକଙ୍କୁ ଯୋଡା ଟାଟାଷ୍ଟିଲ ଦ୍ୱାରା କରାଯାଇଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ପଠାଯାଇଛି । ପୂର୍ବରୁ ରାଜ୍ୟ ଭିତରୁ ବିଭିନ୍ନ ଅଂଚଳରୁ ଆସିଥିବା ୨୦ ଜଣଙ୍କୁ ଯୋଡାରେ ଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ତହସିଲଦାରଙ୍କଠାରୁ ଅନୁମତି ନେଇ ଏକ ବସ୍ ରିଜର୍ବ କରି ବୁଧବାର ଅପରାହ୍ନ ୨ ଟା ବେଳେ ଏସେଲ ମାଇନିଂ ର ଏକ ଠିକାସଂସ୍ଥା ୟୁନିଭର୍ସାଲ ଇନଫ୍ରା ରେ କାର୍ଯ୍ୟ କରୁଥିବା ୪୦ ଜଣ ଖଣି ଶ୍ରମିକ ପଶ୍ଚିମବଙ୍ଗର ନଦିଆ ଜିଲାକୁ ଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ