ବେଦାନ୍ତ ହସ୍ପିଟାଲଠାରେ “ଜାତୀୟ ଡ଼ାକ୍ତର ଦିବସ” ପାଳନ ହୋଇଯାଇଛି

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, (ଯୁଗାବ୍ଦ ନ୍ୟୁଜ )- ଉତ୍ସର୍ଗୀକୃତ ସେବାରେ ଅଳଂକୃତ ଡ଼ାକ୍ତରମାନଙ୍କ ପ୍ରତିଷ୍ଠିତତାକୁ ସମ୍ମାନ ଜଣାଇ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲଠାରେ “ଜାତୀୟ ଡ଼ାକ୍ତର ଦିବସ” ପାଳନ କରାଯାଇଛି । ଚିକିତ୍ସା କ୍ଷେତ୍ରରେ ସାମିଲ ତଥା ଗୋଷ୍ଠୀ ବିଶେଷମାନଙ୍କ ସହଯୋଗିତାରେ ଏକ କୋଡ଼ିଏଜଣିଆ ବରିଷ୍ଠ ଡ଼ାକ୍ତରଙ୍କୁ ନେଇ ଗତ ସୋମବାର ଦିନ କଳାହାଣ୍ଡି ତଥା ରାୟଗଡ଼ା ଜିଲ୍ଲାରେ ବେଦାନ୍ତ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ରହିଥିବା ମ୍ୟାଲେରିଆ ନିୟନ୍ତ୍ରଣ ଯୋଜନାକୁ ବିଭିନ୍ନ ସହଯୋଗୀ ସଂଗଠନ, ଗୋଷ୍ଠୀମାନଙ୍କୁ ସଚେତନତା ତଥା ଏଥିପାଇଁ ରହିଥିବା ନିରାକରଣ ଉପାୟଗୁଡ଼ିକୁ ଖୋଜି ବାହାର କରିବା ସହିତ ସମସ୍ତଙ୍କ ପାଖରେ ସୁଫଳ ପହଂଚାଇବାର ଏହି କାର୍ଯ୍ୟକ୍ରମର ମୂଳ ଅଭିପ୍ରାୟ । ସଚେତନତା ଅଭିଯାନ, ପ୍ରତିଯୋଗିତା ତଥା ପରିମଳ ପରିଚ୍ଛନ୍ନତା ଜରିଆରେ ବ୍ୟକ୍ତିଗତ ତଥା ଗୋଷ୍ଠୀମାନଙ୍କୁ ସଚେତନ କରିବା ସହିତ ଏ ଦିଗରେ ଆହୁରି ଅଧିକା ସୁରକ୍ଷା ପାଳନ କରିବା ଏ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଶ୍ରୀ ରାକେଶ ମୋହନ, ସିଓଓ, ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ ୟୁନିଟ୍, ଏହି ଅବସରରେ ନିଜର ମତ ରଖି କହିଲେ, ‘ଆଜିର ଏହି ଜାତୀୟ ଡ଼ାକ୍ତର ଦିବସରେ ସେହି ମହତ୍ ଉଦ୍ଦେଶ୍ୟ ତଥା ନମନୀୟତାର ବିଶ୍ୱକୁ ଚିକିତ୍ସା କ୍ଷେତ୍ରରେ ନିଜର ଉତ୍ସର୍ଗୀକୃତ ମୂଲ୍ୟ ତଥା ସେବା ପ୍ରଦାନ କରିଥିବା ଡ଼ାକ୍ତରମାନଙ୍କୁ ଆମେ ସତ ପ୍ରଣାମ କରୁଛୁ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ତଥା ପରିମଳତାର ବିଶେଷତ୍ୱକୁ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ମ୍ୟାଲେରିଆ ଭଳି ଏକ ମାରାତ୍ମକ ରୋଗ ର ନିରାକରଣ ଓ ଋତୁ ସମ୍ବନ୍ଧୀୟ ରୋଗର ନିରାକରଣ ପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କୁ ଶକ୍ତିଶାଳୀ କରିବା ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ’ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ