ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଲା ଚୀନ 

କୋଲକାତା- ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଛିନ୍ତି କୋଲକାତାରେ ଚୀନର କାଉନସିଲ ଜେନେରାଲ ଝା ଲିୟୋଉ କହିଛନ୍ତି, ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଏହା ଭାରତ ସହିତ ଜଡ଼ିତ ପ୍ରସଙ୍ଗ ହୋଇଥିବାରୁ ଏହାରି ଉପରେ ଟିପ୍ପଣୀ ଦେବା ଉଚିତ ହେବ ନାହଁ ।
ତେଣୁ ନାଗରିକତା ସଂଶୋଧନ ଆଇନ ଉପରେ ଆମର କିଛି କହିବାର ନାହିଁ ବୋଲି ଚୀନ ପ୍ରତିନିଧି କହିଛନ୍ତି । ସେ କହିଛନ୍ତି, ଭାରତ ଓ ଚୀନର ସଂପର୍କ ଭଲ ଅଛି । ଗତ ସପ୍ତାହରେ ସଂସଦରେ ଗୃହୀତ ହୋଇଥିବା ଏହି ଆଇନର ବିରୋଧରେ ପୂର୍ବୋତ୍ତର ରାଜ୍ୟ ସମେତ ଦିଲ୍ଲୀ ସମେତ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ