ଫ୍ଲୁ ଓ ଶ୍ୱାସରୋଗୀଙ୍କ ସମ୍ପର୍କରେ କେନ୍ଦ୍ରକୁ ଜଣାଇବେ ରାଜ୍ୟ

ନୂଆଦିଲ୍ଲୀ: ଏଣିକି ରାଜ୍ୟମାନଙ୍କୁ ଫ୍ଲୁ ଓ ଶ୍ୱାସରୋଗୀଙ୍କ ସୂଚନା ଦେବାକୁ ପଡ଼ିବ । ଖୁବଶୀଘ୍ର କେନ୍ଦ୍ର ସରକାର ଫ୍ଲୁ (ଆଇଏଲଆଇ) ଏବଂ ଗୁରୁତର ଶ୍ୱାସରୋଗ (ଏସଏଆରଆଇ)କୁ ଅଧିସୂଚିତ ରୋଗ (ନୋଟିଫାଏଡ ଡିଜିଜ) ତାଲିକାରେ ସାମିଲ କରିବେ । ଫଳରେରାଜ୍ୟମାନଙ୍କୁ ଯକ୍ଷ୍ମା (ଟିବି) ଓ ମ୍ୟାଲେରିଆ ରୋଗ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ ।
ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲର ଅଧ୍ୟୟନ ଅନୁସାରେ ଫ୍ଲୁ ଓ ଗୁରୁତର ଶ୍ୱାସରୋଗୀଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ସବୁଠାରୁ ଅଧିକ ରହିଛି । ତେଣୁ ରାଜ୍ୟମାନଙ୍କରେ ଏହି ରୋଗୀଙ୍କର ଚିହ୍ନଟ ପ୍ରକି୍ରୟା ଆରମ୍ଭ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ଇଣ୍ଟିଗ୍ରେଟେଡ ଡିଜିଜ ସିର୍ଭିଲାନ୍ସ ପ୍ରୋଗ୍ରାମରେ ଖୁବ୍ଶୀଘ୍ର ନିଦେ୍ର୍ଧଶାବଳୀ ଜାରି କରାଯିବ । ଏହା ପୂର୍ବରୁ ୨୦୧୦ ରେ ସ୍ୱାଇନ ଫ୍ଲୁ କୁ ମଧ୍ୟ ଅଧିସୂଚିତ ରୋଗ ଭାବେ ଚିହ୍ନଟ କରାଯାଇଥିଲା । ଆଇସିଏମଆରର ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ଏସଏଆରଆଇ ଓ ଫ୍ଲୁ ରୋଗୀମାନଙ୍କର ସଂକ୍ରମଣର ପ୍ରମାଣ ହୋଇଚି । ଜୁଲାଇ ପ୍ରଥମ ସପ୍ତାହ ଆରମ୍ଭରେ ୪୩ ପ୍ରତିଶତ ଲୋକମାନଙ୍କର ମୃତୁ୍ୟ କେବଳ ସଂକ୍ରମଣ ପରିସରରେ ଆସିବା ଯୋଗୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ