ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ଼ ହସ୍ପିଟାଲରେ ପହଞ୍ଚିଲା କରୋନା ଔଷଧ
ବ୍ରହ୍ମପୁର (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାରେ କୋରନାର ତାଣ୍ଡବ ବଢି ଚାଲିଥିବା ବେଳେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାର ସଦରମହକୁମା ଏବଂ ସହର ମାନଙ୍କରେ କିଛିଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଇତି ମଧ୍ୟରେ ଏକ ଆସ୍ୱସ୍ଥିକର ଖବର ସମ୍ନାକୁ ଆସିଛି ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କୋରନା ଜନିତ ଔଷଧ ପହଁଚିଥିବା ନେଇ ସୂଚନା ମିଳିଛି । ଏନେଇ ଟୁଇଟ ଯୋଗେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।


