ବଉଳଗାଁରେ ବିଦେଶୀ ମଦ ଦୋକାନରୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଲୁଟ୍ :ପୋଲିସ ର ତଦନ୍ତ ଜାରୀ

ଛତ୍ରପୁର,(ଦେବଦତ୍ତ ମହାରଣା): ବଉଳଗାଁ ରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଦୁର୍ବୃତ ମାନେ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ପୋଲିସ ତନାଘନା ଜାରି ରଖିଛି । ଘଟଣାରୁ ଜଣାପଡ଼ିଛି ଯେ ୧୯, ୨୦ ଓ ୨୧ ତାରିଖରେ ମଦ ଦୋକାନରେ ବିକ୍ରି ହୋଇଥିବା ଟଙ୍କା ୩ଲକ୍ଷ ୨୧ହଜାର ୭୨୦ ଟଙ୍କା କେସ୍ ପେଡ଼ିରେ ରଖାଯାଇଥିଲା ତାହାକୁ ଗତକାଲି ରାତିରେ ଦୁର୍ବୃତ ମାନେ ଟିଣକାଡି ଦୋକାନର ତାଜା ପଟରୁ ପଶି ଦୁର୍ବୃତ ମାନେ ସମସ୍ତ ଟଙ୍କାକୁ ଚୋରି କରି ନେଇଯିବା ସହ ଜିନିଷ ପତ୍ର ଫିଙ୍ଗା ଫିଙ୍ଗି କରି ଦେଇଥିଲେ । ଯାହା ଫଳରେ ଆଜି ସକାଳୁ ବିଦେଶୀ ଦୋକାନର କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଏପରି ଘଟଣା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଛତ୍ରପୁର ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଂଜନ ଛୋଟ ରାୟ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିବା ସହ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ୍ ଯାଂଚ୍ କରିଥିଲେ । ଦୋକାନରେ କାମ କରୁଥିବା କର୍ମଚାରୀ ମାନଙ୍କୁ ମଧ୍ୟ ପଚରାଉଚରା କରୁଛନ୍ତି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ