ବଉଳା କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ
ହାଟଡିହି-: ହାଟଡିହି ବ୍ଲକ କାହାଟଡିହି ବ୍ଲକର ବଉଳା ମହାବିଦ୍ୟାଳୟ ସୋସୋର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ ବିଦ୍ୟାଧର ନାୟକ ଯୋଗଦେଇ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ କଲେଜର ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଜିତେନ୍ଦ୍ର କୁମାର ମହାନ୍ତି, ଉଦୟ କୁମାର ନନ୍ଦ, ଅଜୟ କୁମାର ରାଉତ, ଅନିରୁଦ୍ଧ ରାଉତ, ସଚ୍ଚିନ୍ଦ୍ର କୁମାର ରାଉତରାୟ, ସୁନନ୍ଦାରାଣୀ ସ୍ୱାଇଁ, ଯୁଧିଷ୍ଠିର ସାହୁ ଯୋଗଦେଇଥିଲେ । ଉଭୟ ବାଳକ ଓ ବାଳିକା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଶହେ ମିଟର, ୨ଶହ ମିଟର, ୪ଶହ ମିଟର, ୮ଶହ ମିଟର ଦୌଡ,୧୫୦୦ମିଟର ଦୌଡ, ଲମ୍ବଡିଆଁ,ଉଚ୍ଚଡିଆଁ, ସର୍ଟଫୁଟ, ଡିସକସ ଥ୍ରୋ ଆଦି଼ ପ୍ରତିଯୋଗୀତା ହୋଇଥିଲା । କଲେଜର ବାଳକ ବିଭାଗରେ ବିଭୂ ପ୍ରସାଦ ବେହେରା ଓ ବାଳିକା ବିଭାଗରେ ସିପିକା ସିଂହ ଚମ୍ପିୟନ ହୋଇଥିଲେ । ସେହିପରି ହାଇସ୍କୁଲ ବାଳକ ବିଭାଗରେ ବିରୁପାକ୍ଷ ଭୋଇ ଓ ବାଳିକା ବିଭାଗରେ ଅଙ୍କିତା ଖମାରୀ ଚମ୍ପିୟନ ହୋଇଥିଲେ । ସମସ୍ତ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିବା ବେଳେ କ୍ରୀଡ଼ା ଅଧ୍ୟାପକ ହେମନ୍ତ କ୍ୁମାର ନାଥ, ହାଇସ୍କୁଲର କ୍ରୀଡା ଶିକ୍ଷୟତ୍ରୀ ପୁଷ୍ପିତା ଖମାରୀଖେଳ ପରିଚାଳନା କରିଥିଲେ ।


