“ବଚ୍ଚନ ପାଣ୍ଡେ’ରେ ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି
“ହାଉସ ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ । ଆସନ୍ତାବର୍ଷ କ୍ରିସମାସ ଅବସରରେ ରିଲିଜ ହେବାକୁ ଯାଉଥିବା “ବଚ୍ଚନ ପାଣ୍ଡେ’ରେ ଉଭୟ ନଜର ଆସିବେ । ଏନେଇ ନାଦିଆବାଲା ଗ୍ରାଣ୍ଡସନ୍ସର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଏହାକୁ କ୍ରିତି ରିଟୁଇଟ ବି କରିଛନ୍ତି । କେବଳ ଯେ “ବଚ୍ଚନ ପାଣ୍ଡେ’ ତାହା ନୁହେଁ, ୨୦୨୦ ଆରମ୍ଭ ନ ହେଉଣୁ ଏବେଠାରୁ ଅକ୍ଷୟଙ୍କ ହାତରେ ରହିଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ସେ ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି । ଇଦ୍ରେ ଅକ୍ଷୟଙ୍କ “ଲକ୍ଷ୍ମୀ ବମ୍’ ରିଲିଜ ହେବାକୁ ଯାଉଥିବା ବେଳେ ଦିପାବଳୀରେ “ପୃଥ୍ୱୀରାଜ’ ମଧ୍ୟ ରିଲିଜ ହେବାକୁ ଯାଉଛି । ଏହାପରେ ୨୦୨୧ ଜାନୁଆରୀ ୨୨ରେ ତାଙ୍କର ଫିଲ୍ମ “ବେଲ୍ ବଟମ୍’ ରିଲିଜ ହେବାକୁ ସ୍ଥିର କରାଯାଇଛି ।


