ଶ୍ରଦ୍ଧାଞ୍ଜଳି ରାୟଙ୍କ କବିତା ସଂକଳନ‘ଶେଷ ଇସ୍ତାହାର’ଉନ୍ମୋଚିତ
ବାଲେଶ୍ୱର,୧୦ା୧୧(): ସ୍ୱେଚ୍ଛାସେବୀ ସଙ୍ଗଠନ ‘ରୂପାୟନ’ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟଙ୍କ ଶୁଭ ଜନ୍ମଦବସ ଅବସରରେ ତାଙ୍କର ଦ୍ୱିତୀୟ କବିତା ସଂକଳନ ‘ଶେଷ ଇସ୍ତାହାର’ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ଡ. ରାଧାରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କେକ କାଟିବା ସହ ଶ୍ରୀମତୀ ରାୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଶ୍ରୀମତୀ ଜେନାଙ୍କ ସମେତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା କବି ଅଭୟ ଦାସ, ପ୍ରସନ୍ନ ପାତ୍ର, ଗାଳ୍ପିକ ଉଦୟ ନାରାୟଣ ଦାସ, ଶିକ୍ଷାବିତ ସୁଧାଂଶୁ ଶେଖର ପଣ୍ଡା, ଶ୍ରମିକ ନେତା ନିରଂଜନ ରାଉତ, ନାରୀ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞାପାରମିତା ମହାନ୍ତି, ସର୍ବେଶ୍ୱର ଜେନା, ଶୁଭେନ୍ଦୁ କୁମାର ଦାସ, ସମାଜସେବୀ ଯଶୋଦା ନନ୍ଦନ ଆସ, ମଧୁସୂଦନ ମିଶ୍ର, ଡ.ବଂଶୀଧର ଚୌଧୁରୀ, ମଞ୍ଜୁଲତା ବଳ, ଇନାୟତ ଅଲି, ଆଇନଜୀବୀ ଭୂବନାନନ୍ଦ ଦାସ, ଉଜ୍ଜ୍ୱଳ ଚନ୍ଦ୍ର କର, ବିଦ୍ୟାଧର ନାୟକ, ପ୍ରତିମା ପଣ୍ଡା, ବାସନ୍ତି ନାୟକ, ପ୍ରଜ୍ଞା ପାରମିତା ମହାନ୍ତି, ଦିବକର ସ, ପ୍ରଦୀପ ଶତପଥୀ, ଜ୍ୟୋତ୍ସ୍ନା ସେନାପତି, ଗିରିଜା ଶଙ୍କର ଦାସ, ଯତୀନ୍ଦ୍ର ପୁହାଣ, ଅଶ୍ୱିନୀ ଦାସ ପ୍ରମୁଖ ଶ୍ରୀମତୀ ରାୟଙ୍କ କବିତା ସଂକଳନ ‘ଶେଷ ଇସ୍ତାହାର’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।ଏକାଧିକ ଅତ୍ୟନ୍ତ ଉଚ୍ଚମାନର କବିତାକୁ ନେଇ ସମ୍ପାଦିତ ଏହି ସଂକଳନ ନିଶ୍ଚିତ ପାଠକଙ୍କ ମନକୁ ଛୁଇଁବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କେତେକ ଅତିଥି ଏହି ପୁସ୍ତକରୁ କବିତା ପାଠ ମଧ୍ୟ କରିଥିଲେ । ସମସ୍ତେ ଶ୍ରୀମତୀ ରାୟଙ୍କ ସମାଜସେବା ଓ କବି ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀମତୀ ରାୟ ଏହି ଅବସରରେ ନିଜର ସାରସ୍ୱତ ଅନୁଭୁତି ଓ ପୁସ୍ତକ ସମ୍ପାଦନା ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ତାପସ ସାହୁ, ଜୟଶ୍ରୀ ବିଶ୍ୱାଳ, ଦମୟନ୍ତୀ ପଣ୍ଡା, ଦିଲୀପ ପରିଡ଼ା ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।


