ବଜ୍ରପାତରେ ୧୨ ଛେଳି ମୃତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ ଖାରଡ଼ା ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥ ୪ ପାଶ୍ୱରେ ଆମ୍ବ ତୋଟାରେ ଛେଳି ଚରୁ ଥିବାବେଳେ ସମ୍ପ୍ରତି ଘଡଘଡି ବଜ୍ର ପାତରେ ୧୨ ଗୋଟି ଛେଳି ମୃତ୍ୟୁ ବରଣ କରିଛି. ଘଟଣା ସ୍ଥଳକୁ ଜିଲ୍ଲା ପରିସଦ ର ଅଧକ୍ଷ ଜି ଗାଵରା ତିରୁପତି ରାଓ ବ୍ଲକ ଅଧକ୍ଷା ଵାଲା ସାୟାମ୍ମା ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ପହଂଚି ସ୍ଥିତି ଦେଖିଛନ୍ତି. ସ୍ଥାନୀୟ ପଶୁ ଚିକିତ୍ସା କେନ୍ଦ୍ରର ଡ଼କ୍ଟର ଙ୍କ ସମେତ କର୍ମଚାରୀମାନେ ପହଂଚି ଛେଳିମାନଙ୍କୁ ପୋଷ୍ଟ ମାର୍ଟମ କରାଯିବ ବୋଲି ସୂଚନା ଦେଇଛନ୍ତି. ଛେଳି ଚାଷୀ ହେଉଛନ୍ତି ଖାରଡ଼ା ଗ୍ରାମର ଶ୍ରୀଧର ପ୍ରଧାନଙ୍କ ବୋଲି ଜଣାଯାଇଛି. ସରକାରୀ ସହାୟତା ପ୍ରଦାନ ଦିଆଯିବା ନେଇ ପ୍ରଶାସନ ପ୍ରତିଶୃତି ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ