ବଞ୍ଚୋ ଦଧିବାବନଜୀୟୁ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣୀମା 

ହାଟଡିହି, (ବିକାଶ ବିଶ୍ୱାଳ) :-ବଞ୍ଚୋ ଦଧିବାନେଜୀୟୁ ମନ୍ଦିରରେ  ଦେବସ୍ନାନ ପୁର୍ଣ୍ଣୀମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପୁଜକ ପଦ୍ମନାଭ ପଣ୍ଡା,  ଆନନ୍ଦ ଚନ୍ଦ୍ର ଦାସଙ୍କ ଦ୍ୱାରା ମହାପ୍ରଭୂଙ୍କ ପୂଜା ରୀତିନୀତି ଅନୁଯାଇ ସମ୍ପର୍ଣ୍ଣ ହୋଇଥିଲା । କର୍ତ୍ତା ଭାବେ ସୁଧାଶୁଂ କୁମାର ରାଉତ, ସହଧର୍ମଣୀ ସୁର୍ଯ୍ୟମଣୀ ରାଉତ ପୂଜାକାର୍ଯ୍ୟରେ ସାମିଲ ହୋଇ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସକାଳେ ଧାଡି ପହଣ୍ଡିରେ ଜଗନ୍ନାଥ, ବଳଭଦ୍ର , ଶୁଭଦ୍ରା ଓ ସୁଦର୍ଶନ ମହାପ୍ରଭୂ ମନ୍ଦିରରୁ ବାହାର କରାଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ପରେ ୧୦୮କଳଶ ପାଣିରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମକୁ ବନ୍ଦ କରାଯାଇ  ଥିବାରୁ ଆଜି ଶହଶହ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଜଗନ୍ନାଥପ୍ରେମୀ ଭକ୍ତ ଶଶାଙ୍କ ଶେଖର ପୁହାଣ, ରତିକାନ୍ତ ରାଉତ, ଚିନ୍ତାମଣୀ ରାଉତ, ଯୁଦ୍ଧିଷ୍ଠିର ରାଉତ, ମୁକେଶ ରାଉତଙ୍କ ସମେତ ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ