ବଡକୋଦଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରୁ ପ୍ରାୟ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ନବାଗତ ଷଷ୍ଠ, ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ର, ଛାତ୍ରୀ ମାନଙ୍କୁ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ପଣ୍ଡା, ସlଜନ ସ୍ୱାଇଁ, ରଶ୍ମିତା ସାହୁ, ଅନିମା ମିଶ୍ର, ପୁଷ୍ପାଞ୍ଜଳି ସ୍ୱାଇଁ, ରାଜଶ୍ରୀ ପଟ୍ଟନାୟକ, ଗୀତା କୁମାରୀ ମଳିକ, ରାଜଲକ୍ଷ୍ମୀ ସାହୁ, ନୀଳାଞ୍ଚଳ ପ୍ରଧାନ, ମୋହନ ସାହୁ, ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ନବାଗତ ଛାତ୍ର, ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ନୀତି, ନୀୟମ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ l ପୁରାତନ ଛାତ୍ର, ଛାତ୍ରୀ ମାନଙ୍କ ତରଫରୁ ନବାଗତ ଛାତ୍ର, ଛାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ l ବରିଷ୍ଠ ଶିକ୍ଷକ ସାଜନ ସ୍ୱାଇଁ ବେଦପାଠ ସହମନ୍ତ୍ର ଉଚ୍ଚାରଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ବାଳକୃଷ୍ଣ ପାତ୍ର, ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ପରିଚାଳନା ସହ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ