ବଡମାଧପୁର ଗ୍ରାମରୁ ୭୬ ଲିଟର ମଦ ସହ ଜଣଙ୍କୁ ଗିରଫ୍ କଲା ପୋଲିସ୍
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ବଡ ମାଧପୁର ଗ୍ରାମରୁ ୭୬ ଲିଟର ମଦ ଜବତ କଲା ଛତ୍ରପୁର ଥାନା ପୋଲିସ୍ । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁତ ଥାନା ଅନ୍ତର୍ଗତ ବଡ ମାଧପୁର ଗ୍ରାମରେ ବେଆଇନ ମଦ କାରାବାର ଚାଲିଥିବା ଖବର ପାଇ ପୋଲିସ୍ ଅଚାନକ ଭାବେ ଚଢାଉ କରି ମଦ ବିକ୍ରି କରୁଥିବା ଦୁର୍ଯ୍ୟୋଧନ ସାହୁ (୫୦) ଙ୍କୁ ଗିରଫ କରିବା ସହ ୭୬ ଲିଟର ମଦ ଜବତ କରିଛି । ଏନେଇ ଛତ୍ରପୁର ଥାନାରେ ୨୩୭/୨୨ ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।


