ପେନସର୍ନସ୍ ଆସୋସିଏସନ୍‌ର ୧୧ତମ ବାର୍ଷିକ ଅଧିବେଶନ : ନୂତନ କର୍ମକର୍ତା ନିର୍ବାଚିତ

ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପ ବନ୍ଦର ପେନସର୍ନସ୍ ଆସୋସିଏସନ୍‌ର ୧୧ ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଶୁକ୍ରବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ପୋର୍ଟ କ୍ଲବ୍ ପରିସରରେ ଆୟୋଜିତ ହୋଇଥିଲା । ଆସୋସିଏସନ୍‌ର ସଭାପତି ଯତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବହୁ ଅବସରପ୍ରାପ୍ର ସଦସ୍ୟ ଉପସ୍ଥିତ ରହି ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ଚଳିତ ବର୍ଷ ପାଇଁ ରବିନ୍ଦ୍ର କୁମାର ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଗୁଣନିଧି ଚୌଧୁରୀ କାର୍ଯ୍ୟକାରୀ ସଭାପତି, ଧନେଶ୍ୱର ଗୁରୁ ଓ ନିମାଁଇ ଚରଣ ରାଉତ ଉପସଭାପତି, ସୁରେଶ ଚନ୍ଦ୍ର ଦାଶ ସାଧାରଣ ସମ୍ପାଦକ,ନିତ୍ୟାନନ୍ଦ ପଣ୍ଡା ସହ ସମ୍ପାଦକ ଓ ଭାବଗ୍ରାହୀ ମିଶ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ନଗେନ୍ଦ୍ର ଶତପଥି, ଅନନ୍ତ କୁମାର ଦାସ, ସୁକାନ୍ତ ପରିଡା, ସୁଶାନ୍ତ କୁମାର ପଟ୍ଟନାୟକ, ଏନ.ପି.ଦାଶ ଓ ଅର୍ଜୁନ କୁମାର ବେହେରା କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ପ୍ରଶନ୍ନ କୁମାର ଆଚାର୍ଯ୍ୟ, ବୈଷ୍ଣବ ଚରଣ ପଟ୍ଟନାୟକ,ଯତିକାନ୍ତ ବେହେରା ଓ ବିଷ୍ଣୁଚରଣ ଲେଙ୍କା ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ପ୍ରତ୍ୟେକ ମାସର ଶେଷ ରବିବାର ଦିନ ସଂଘ କାର୍ଯ୍ୟାଳୟରେ ବୈଠକ ବସି ସଂଘର ନିତିନିର୍ଦ୍ଧାରଣ କରାଯିବାକୁ ନିଷ୍ପତି ନିଆଯାଇଥିଲା । ସଭ୍ୟମାନେ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଉପସ୍ଥିତ ରହି ନିଜର ସୁବିଧା ଅସୁବିଧା ସମ୍ପର୍କରେ ପରାମର୍ଶ ନେଇପାରିବେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ