ବଡ଼ଦିନ ଉପଲକ୍ଷେ ଜ୍ୟୋତି ହସପିଟାଲରେ ସ୍ୱତନ୍ତ୍ର ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ‘ବଡ଼ଦିନ’ ଓ ଇଂରାଜୀ ନୂଆବର୍ଷ ଆଗମନରେ କୁରୁଡ଼ାସ୍ଥିତ ଜ୍ୟୋତି ହସପିଟାଲରେ ଏକ ସ୍ୱତନ୍ତ୍ର ଉତ୍ସବ ୨୧ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତି ହସପିଟାଲର ପ୍ରତିଷ୍ଠାତା ବିଶଫ ଥମାସ ଥିରୁଥଲିଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେକ୍ କାଟି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବଡ଼ଦିନ ଓ ନୂଆବର୍ଷ ଶୁଭେଚ୍ଛା ଦେବା ସହିତ ସମସ୍ତଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପାରିଲେ ସମଗ୍ର ବିଶ୍ୱ ଗୋଟିଏ ପରିବାର ସଦୃଶ ଆମେ ଅନୁଭବ କରିପାରିବା ବୋଲି ବିଶଫ ଥିରୁଥଲିଲ ମତ ପ୍ରକାଶ କରିଥିଲେ । ଜ୍ୟୋତି ହସପିଟାଲର ନିର୍ଦ୍ଦେଶକ ଡ. ଫାଦର ପିଟର ଆରସିଲଏଥିରେ ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କୁ ବଡ଼ଦିନ ଓ ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ । ପରସ୍ପର ପ୍ରତି ସଦଭାବନା ଓ ସମ୍ବେଦନଶୀଳତା ପ୍ରଦର୍ଶନରେ ହିଁ ପ୍ରଭୁ ଯୀଶୁଙ୍କ ଆଶିଷ ଲାଭ କରିପାରିବା ବୋଲି ସେ କହିଥିଲେ । ବାଲେଶ୍ୱର ରୋମାନ କ୍ୟାଥୋଲିକ ଡାଇଓସିସ୍ର ପ୍ରଶାସକ ଫାଦର ଆଇଜାକ୍ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜ୍ୟୋତି ହସପିଟାଲ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହିତ ମାନବ ସମାଜ ପ୍ରତି ପ୍ରଭୁ ଯୀଶୁଙ୍କ ଆଦର୍ଶ ତଥା ଉପାଦେୟ ଉପଦେଶ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଫାଦର ଜୋଜ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ନଟରାଜ ଦାସ ପ୍ରଭୁଯୀଶୁଙ୍କ ନୀତି ଆଦର୍ଶ ସମ୍ପର୍କରେ ପାୱାର ପଏଣ୍ଟରେ ପ୍ରଦର୍ଶିତ କରିଥିଲେ । ଡାକ୍ତର କୁମାର ପାତ୍ର ଓ ଡାକ୍ତର ଅର୍ଚ୍ଚନା ଜାତୀୟ ସଙ୍ଗୀତ ଗାନ କରିଥିଲେ । ଡାକ୍ତର ଦେବଦତ୍ତ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେଣ୍ଟ ଥୋମାସ ସ୍କୁଲ ଅଫ ନର୍ସିଂର ସୁପରିନଟେଡେଂଟ ସିଷ୍ଟର ସୁମାରାଣୀ, ସିଷ୍ଟର ନୀତୁ ଗ୍ରେସି, ସିଷ୍ଟର ଲିଫି ମାରିଆ, ସିଷ୍ଟର ବିଦଫି, ସିଷ୍ଟର ଜେସମିଆ, ସିଷ୍ଟର ଜିନା, ସିଷ୍ଟର ସୌମ୍ୟାଙ୍କ ଜ୍ୟୋତି ହସପିଟାଲ ଷ୍ଟାଫ ଅମିତା ରାଣୀ ସେଠୀ, ଗୌରୀ ପ୍ରଧାନ, ଲିପ୍ସା ମହାନ୍ତି, ରୁବିନା, ସସ୍ମିତା, କ୍ରିଷ୍ଣାରାଣୀ, ଜୟଶ୍ରୀ ପ୍ରମୁଖଙ୍କ ସମେତ ଇନ୍ଦ୍ରଣୀ ରାୟ,ଶ୍ରୀୟା ବେରା, ସ୍ନେହା ନାୟକ ସୁପର୍ଣ୍ଣା ସିଟ୍, ସୁସ୍ମିତା ମହାପାତ୍ର, ଇପସିତା ବେରା, ସୁପର୍ଣ୍ଣା ରାମ ପ୍ରମୁଖ କାର୍ଯର୍୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ମେଡିକାଲ ଷ୍ଟାଫ୍ ଓ ନର୍ସିଂ ଛାତ୍ରୀଙ୍କ ଦ୍ୱାରା ପରିବେଶିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିଲା ।


