ବଦଳିବ ଭୂମିହୀନଙ୍କୁ ଘରଡିହ ପ୍ରଦାନ ନିୟମ

ଭୁବନେଶ୍ୱର: ରାଜ୍ୟରେ ପକ୍କା ଘର ପାଇବା ପାଇଁ ତାଲିକାଭୁକ୍ତ ହୋଇଥିବା ଲୋକଙ୍କ ଭିତରେ ବହୁ ଭୂମିହୀନ ଅଛନ୍ତି । ସେମାନଙ୍କୁ ଘରଡିହ ଯୋଗାଇବାକୁ ବ୍ୟବସ୍ଥା ରହିଛି । କିନ୍ତୁ ଅଧିକାଂଶ ସ୍ଥାନରେ ଘରଡିହ ପଟ୍ଟଯୋଗ୍ୟ ସରକାରୀ ଜମି ମିଳୁନି । ଏହା ଗରିବ ଲୋକଙ୍କୁ ପକ୍କା ଘର ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏ ନେଇ ବିଭିନ୍ନ ଆଡ଼ୁ ଅଭିଯୋଗ ଆସିଲା ପରେ ସରକାର ନିୟମ ବଦଳାଇବାକୁ ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ଗୃହ ନିର୍ମାଣ ସମ୍ବନ୍ଧୀୟ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ମାନସ ମନ୍ଥନ ହୋଇଛି । ନିୟମ ପରିବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁତ କରିବା ନିମନ୍ତେ ରାଜସ୍ୱ, ଜଙ୍ଗଲ ଓ ପରିବେଶ ଏବଂ ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ତ୍ରିପାଠୀ କହିଥିଲେ ଯେ ଭୂମିହୀନ ପରିବାରମାନେ ହିଁ ପ୍ରକୃତରେ ଦରିଦ୍ରତମ । ସେମାନଙ୍କୁ ପକ୍କା ଘର ଯୋଗାଣ ଯୋଜନାର ମୌଳିକ ଲକ୍ଷ୍ୟ ହୋଇଥିବାରୁ ପ୍ରଚଳିତ ନିୟମକୁ କୋହଳ କରି ସେମାନଙ୍କୁ ଘରଡିହ ଯୋଗାଇବାକୁ ହେବ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ହିତାଧିକାରୀ କୈନ୍ଦ୍ରିକ କରିବାକୁ ସେ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ