ବାଇକ ସହ ଗଞ୍ଜେଇ ଜବତ:ଜଣେ ଗିରଫ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ କାରବାରରେ ଜଣକୁ ଗିରଫ କରିଛି କ. ନୂଆଗାଁ ପୋଲିସ ଗିରଫ ବ୍ୟକ୍ତି ଜଣଙ୍କର ନାମ ନରେଶ ଡିଗାଲ ଥିବା ଜଣାପଡିଛି।ନରେଶ ଡିଗାଲ ଠାରୁ ଗୋଟିଏ ସ୍କୁଟି, ମୋବଇଲ ଫୋନ,ଏଗାର ସହ ଟଙ୍କା, ଦୁଇଟି ବ୍ୟାଙ୍କ ପାସବୁକ , ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି କ. ନୂଆଗାଁ ପୋଲିସ।ପାସବୁକ ରେ ଥିବା ତିନି ଲକ୍ଷ ଅଠାନବେ ହଜାର ଟଙ୍କା( ୩,୯୮,୦୦୦) କୁ ହୋଲଡ କରାଯାଇ ଥିବା ବାଲିଗୁଡାଏସ୍ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତିି। କ. ନୂଆଗାଁ ପୋଲିସ ୧୩୦.୬କେଜି ଗଞ୍ଜେଇ ଜବତ କରି ନରେଶ ଡିଗାଲ ଙ୍କୁ କେଶ ନଂ ୩୦/୨୦୨୦ ରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହିପରି ପୂର୍ବରୁ ଏକ ଆଳୁ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ କ.ନୂଆଗାଁ ପୋଲିସ ପଶ୍ଚିମବଙ୍ଗର ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।


