‘ବନ୍ଦେ ଉତ୍କଳ ଜନନୀ’ସଂଗୀତକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଘରେ ୧୦୦ବର୍ଷରୁ ଉର୍ଦ୍ଧ୍ବ ଉତ୍କଳୀୟ ଙ୍କ ଦାବି ‘ବନ୍ଦେ ଉତ୍କଳ ଜନନୀ’ସ଼଼ଂଗୀତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଂଗୀତ ମାନ୍ୟତା ଦେଇଥିବାରୁ ଧାମନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ତଦସହ କାଳଜୟୀ ରଚୟିତା’ବନ୍ଦେ ଉତ୍କଳ ଜନନୀ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ତାଳପଦା ଗ୍ରାମରେ ସ୍ଥାପିତ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତାଙ୍କ ସହିତ ଭଦ୍ରକ ଲୋକସଭା ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ପୂଜ୍ୟପୂଜାଙ୍କୁ ସମ୍ମାନ ଜଣାଇବା ପାଇଁ ଉପସ୍ଥିତ ଥିଲେ ।


