ବନ୍ୟାଜଳ ପ୍ରବାହିତ କୁଶଭଦ୍ରା ନଦୀରେ ଭାଙ୍ଗିଲା ସୁଇସ ଗେଟ୍

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରଭାହିତ ହେଉଥିବା କୁଶଭଦ୍ରା ନଦୀ ବର୍ତ୍ତମାନ ବିପଦ ସଂକେତ ଉପରେ ଜଳ ପ୍ରଭାହିତ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି l ସେପଟେ ବିଭାଗୀୟ ଅଧିକାରୀମାନେ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି l ଗତ ୨୦୧୧ ମସିହାରେ ଗୋପ କୁସୁପୁର ଠାରେ କୁଶଭଦ୍ରା ନଦୀରେ ଘାଇ ସୃଷ୍ଟି ହୋଇ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ବନ୍ଧ ଭାଙ୍ଗି ଥିଲା l ଯାହା ଫଳରେ ଗୋପ ଓ ତାର ପାଖରେ ଥିବା ଦୁଇଟି ପଞ୍ଚାୟତର ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ l ଅନେକ ଧନ ଜୀବନ ହରାଇଥିଲେ ଯାହା ସମଗ୍ର ଓଡିଶା ରେ ସବୁଠାରୁ ବଡ଼ ଘାଇ ସହିତ ଦୁଃଖଦ ଖବର ହୋଇଥିଲା l ତାପରେ ୨୦୧୪ ରେ ମଧ୍ୟ ଉକ୍ତ ନଦୀରେ ବନ୍ୟା ହୋଇ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା l ଏବେ ଗୋପ ବ୍ରିଜ ଠାରୁ କୁସୁପୁର ଦେଇ ନିମାପଡା ପଯ୍ୟନ୍ତ ନଦୀ ବନ୍ଧ ର ଉଭୟ ପାର୍ଶ୍ୱ ଦୁର୍ବଳ ଅବସ୍ଥାରେ ରହିଛି l କିଛି ମୁଷ୍ଟିମେୟ ଵ୍ୟକ୍ତି ଙ୍କ ସ୍ୱାର୍ଥ ପାଇଁ ସ୍ଥାନୀୟ ତହସିଲଦାର ଙ୍କୁ ହାତ କରି ବା ମୋଟା ଅଙ୍କରେ ଟଙ୍କା ଦେଇ ବନ୍ଧ କୁ ଜେସିବି ଦ୍ଵାରା ଖୋଳାହୋଇଥିଲା l ବାଲି ମାଫିଆ ଙ୍କ ଦ୍ଵାରା ବର୍ତ୍ତମାନ ଗୋପ ରେ ୩ଟି ସ୍ଥାନରେ ବେନିୟମ ଭାବେ ବାଲି ଘାଟ କରାଯାଇ ସେଠାରୁ ରାତିଅଧିଆ ବାଲି ଚୋରି ହେଉଥିଲା l ଏବେ ସେଠାରେ ବନ୍ୟା ଜଳ ପ୍ରଭାହିତ ହେଉଥିବାରୁ ବିପଦ ନିଶ୍ଚୟ ରହୁଛି ତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ l ଉପରେ ପକ୍ଷରେ ଗୋପ ର ବଣିଆ ସାହି ମୁଣ୍ଡରେ ଥିବା ସୁଇଚ ଗେଟ ଟି ସମ୍ପୂର୍ଣ ଭାଙ୍ଗି ଯାଇଥିବାରୁ ନଦୀ ର ବନ୍ୟା ଜଳ ବଣିଆ ସାହି ଓ କୁସୁପୁର ଅଭିମୁଖେ ପ୍ରଭାହିତ ହେଉଛି l ବିଭାଗୀୟ ଅଧିକାରୀ ମାନେ ଗୋପରେ କେତେବେଳେ ରହିବାର ନାହିଁ କାରଣ ତାଙ୍କ ଉପରସ୍ତ ଅଧିକାରୀ ମାନେ ନିମାପଡା ରେ ରହୁଥିବାରୁ ଏମାନେ ମଧ୍ୟ ସେହିଠାରେ ହିଁ ରୁହନ୍ତି l ଆବଶ୍ୟକ ପଡିଲେ ଗୋପ କୁ ପର୍ଯ୍ୟବେକ୍ଷକ ଙ୍କ ପରି ଆସନ୍ତି କାର୍ଯ୍ୟ ସାରି ନିମାପଡା ପ୍ରତ୍ୟାବର୍ତ୍ତନ କରିଥାନ୍ତି l ଯାହା ଗୋପ ବ୍ଲକ ପାଇଁ ଶୁଭ ସଂଖେତ ନୁହେଁ କାରଣ ବିଭାଗୀୟ ଅଧିକାରୀ ହୁଅନ୍ତୁ ବା ଅଧିକାରିଣୀ ହୁଅନ୍ତୁ ଯଦି ନିଜ କାର୍ଯ୍ୟ କ୍ଷେତ୍ରରେ ରହିବେ ନାହିଁ ତେବେ ସମସ୍ୟା ସାଧାରଣ ଜନତାଙ୍କୁ ହିଁ ସମ୍ମୁଖୀନ କରିବାକୁ ପଡୁଛି l ଠିକ ଆଜି ଯେପରି ଗୋପ କୁଶଭଦ୍ରା ନଦୀରେ ବନ୍ୟା ଜଳ ପାଇଁ ବିପଦ ସୃଷ୍ଟି ହୋଇଛି l ଦାୟିତ୍ୱ ରେ ଥିବା ବିଭାଗୀୟ ଅଧିକାରୀଙ୍କୁ ଅନୁପସ୍ଥିତ ଯୋଗୁଁ ଆଜି ସୁଇଚ ଗେଟ ଟି ଅଚଳ ଅବସ୍ଥାରେ ରହିଛି ତାର ସମାଧାନ କରିବାରେ ମଧ୍ୟ ବିଭାଗୀୟ ଅଧିକାରୀ ଅସମର୍ଥ l ସେହିପରି ନାଗପୁର ପଞ୍ଚାୟତର ନେତପୁରୁ ଠାରେ ମଧ୍ୟ ଏକ ସୁଇଚ ଗେଟର କବାଟ ଭଙ୍ଗା ଥିବାରୁ କୁଶଭଦ୍ରା ବନ୍ୟା ଜଳ ପ୍ରବାହିତ ହେଉଛି l ଆଜି ସନ୍ଧ୍ୟା ସୁଦ୍ଧା ନେତପୁରୁ ଓ ତାର ଆଖପାଖ ଗାଁ ବନ୍ୟା ଜଳ ରେ ଜଳମଗ୍ନ ହୋଇଯିବ ଏହା ସବୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହା ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ପୂର୍ବରୁ ବନ୍ୟା ଯଦି ନଦୀରେ ଆସେ ତେବେ ତା ପୂର୍ବରୁ ନଦୀବନ୍ଧ ଭିତରେ ଥିବା ଛୋଟ ବଡ ଗଛ କୁ କଟାଯାଇଥିଏ କାରଣ ମୁଷୁ ଗଳିଆ କରିବାର ସମ୍ଭାବନା ଅଧିକ ଥିବାରୁ ନଦୀ ବନ୍ଧ ପରିଷ୍କାର କରାଯାଏ l କିନ୍ତୁ କୌଣସି ଅଧିକାରୀ ନ ଥିବାରୁ ତଳିଆ କର୍ମଚାରୀ ମାନେ ନିୟମିତ ନିଜ କାର୍ଯ୍ୟକୁ ଆସନ୍ତି ନାହିଁ l ଏହାର ପରିଣାମ ଗୋପ ଅଞ୍ଚଳର ସମସ୍ତ ସାଧାରଣ ଜନତା ଙ୍କୁ ଆଜି ଭୋଗିବାକୁ ପଡୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ