ଗଳାକାଟି ହତ୍ୟା ଘଟଣା ୨ ଜଣ କୋର୍ଟ ଚାଲାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଗତ ୨ ତାରିଖରେ ଗଡମା ଗ୍ରାମର ମହେଶ୍ବର ମାଝୀଙ୍କୁ ନୃଶଂସ ଭାବେ ଗଳାକାଟି ହତ୍ୟା କରିଥିବା ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି। ୨ଜଣ ହତ୍ୟାକାରୀ ହେଲେ ଗଡମା ଗ୍ରାମର କାଡମ୍ବାସା ପାଟମାଝୀ (୩୦) ଓ ସୁରେନ୍ଦ୍ର ପାଟମାଝୀ (୨୮)। ପୋଲିସ ସୂଚନା ପ୍ରକାରେ ୨୦୧୦ ମସିହାରେ କାଡ଼ମ୍ବାସା ମାଝୀର ବାପା କାମ୍ବୀ ପାଟମାଝୀ ଙ୍କୁ ଗୁଣି କରୁ ଥ‌ିବା ସନ୍ଦେହ କହି ଗଡମା ଗ୍ରାମବାସୀ ସମୂହଙ୍କ ଉପସ୍ଥିତିରେ ଗାଁ ସଭାରେ ଗଳା କାଟି ହତ୍ୟା କରି ପୋଡି ଦିଆ ଯାଇଥିଲା। ସେହି ସମୟରେ ମହେଶ୍ବର ମାଝୀ ଗ୍ରାମ ମୁଖିଆ ରହିଥିଲେ। ସେହି ଦିନଠାରୁ ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ସିଦ୍ଧାନ୍ତ ନେଇଁ ଦୀର୍ଘ ୧୩ ବର୍ଷ ପରେ ଚଳିତ ମାସ ଗତ ୨ ତାରିଖ ସନ୍ଧ୍ୟା ସମୟରେ କାଡ଼ମ୍ବାସା ଓ ହାଣ୍ଡି ମିଶି ଧାରୁଆ ଛୁରୀରେ ଗଳା କାଟି ମହେଶ୍ବରକୁ ହତ୍ୟା କରିଥିଲେ । ଗତ ୨ ତାରିଖ ଦିନ ମହେଶ୍ଵର ମାଝୀ ନିଜ ସ୍ତ୍ରୀଙ୍କୁ ଘରୋଇ କାମରେ ସାହାଯ୍ୟ କରିବା ପରେ ବିଳମ୍ବିତ ସନ୍ଧ୍ୟା ସମୟରେ ସାହି ନିକଟରେ ଥ‌ିବା ତଥା ବିଲ ପାଖରେ ରହିଥ‌ିବା ଚୁଆଁ ପାଖକୁ ଶୌଚ କରିବା ଉଦ୍ଦେଶ୍ୟରେ ଯାଇଥିଲେ କିନ୍ତୁ ସେଠାରୁ ସେ ଫେରି ନଥିଲେ । ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକ ତଥା ପୁଅ ସାନୁରଞ୍ଜନ ଓ ଅନ୍ୟ ମାନଙ୍କୁ ନେଇ ଖୋଜାଖୋଜି କରିବା ପରେ ଏକ ବିଲ ପାଖ ବୁଦା ନିକଟରେ ରକ୍ତ ଜୁଡୁ ବୁଡୁ ମୃତ ଦେହକୁ ଠାବ କରିଥିଲେ । ଏହାପରେ ସାନୁରଞ୍ଜନ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ରାହ୍ମଣୀଗାଁ ଥାନାକୁ ଲିଖିତ ଭାବରେ ଜଣାଇଥିଲେ। ଖବର ପାଇ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଓ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ମହେଶ୍ଵର ହତ୍ୟାର ୫ ଦିନ ମଧ୍ୟରେ ବ୍ରାହ୍ମଣୀଗାଁ ପୋଲିସ ହତ୍ୟାକାରୀଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ