ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡାଙ୍କ ବିୟୋଗ

ଛତ୍ରପୁର, (ଦେବଦତ୍ତ ମହାରଣା) :  ଛତ୍ରପୁରର ବରିଷ୍ଠ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ କ୍ଳବର ସଦସ୍ଯ କୃପାସିନ୍ଧୁ ପଣ୍ଡା(୭୨)ଙ୍କ ଆଜି ହୃତଘାତରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ବିୟୋଗ ଘଟିଛି l ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ବ୍ରହ୍ମପୁର ଏମ କେସି ଜି ମେଡିକା ରେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ l ସେ  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ l ଏହା ସହ ସେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକତ୍ସାଳୟର ରୋଗୀ କଲ୍ୟାଣ ସମିତିର ସଦସ୍ଯ  ମଧ୍ୟ ରହିଥିଲେ l ସେ ଜଣେ ପରୋପକାରୀ, ଧର୍ମରାୟଣ ବ୍ୟକ୍ତି, ଶିକ୍ଷାବିତ ଏବଂ ସାମ୍ବାଦିକ ଭାବେ ଛତ୍ରପୁର ଓ ଆଖପାଖ ଅଂଚଳରେ ସୁପରିଚିତ ଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରସାର ପରେ ଅଂଚଳରେ ଶୋକ ଛାୟା ଖେଳି ଯାଇଛି l ଏନେଇ  ହାଇସ୍କୁଲ ରୋଡ଼ ସ୍ଥିତତାଙ୍କର ବାସଭଵନରେ ଛତ୍ରପୁର ପ୍ରେସ କ୍ଳବର ସମସ୍ତ କର୍ମକର୍ତା ଓ ସଦସ୍ଯଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ପଣ୍ଡାଙ୍କ ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ  ପୁଅ ଜଗନ୍ନାଥ , ବୋହୁ, ତିନି ଝିଅ, ଜ୍ୱାଇଁ, ନାତି ନାତୁଣୀ ଏବଂ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ l ତାଙ୍କର ଅନ୍ତେଷ୍ଟ୍ରି ପୁରୀ ସ୍ୱର୍ଗ ଦ୍ୱାରା ହୋଇଥିଲା l ଏନେଇ ଆଜି ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ତାଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ପ୍ରାର୍ଥନା କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ