ବର୍ଷା ଋତୁରେ ବୃକ୍ଷ ରୋପଣ ଓ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ
ଯାଜପୁର, (ଓ୍ୱାଇଏନ୍ଏସ୍): ଚଳିତ ବର୍ଷା ଋତୁରେ ବ୍ୟାପକ ବୃକ୍ଷ ରୋପଣ ଓ ଜିଲ୍ଲାରେ ଥିବା ସମସ୍ତ ପୋଖରୀ ଗୁଡିକରେ ମାଚ୍ଥ ଚାଷ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ଜୀବିକା ଉତ୍ସ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଚଳିତ ବର୍ଷ କରୋନା ପାଇଁ ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଚ୍ଥନ୍ତି ବୋଲି କହିଥିଲେ । ସରକାର ମନରେଗା ମାଧ୍ୟମରେ ଓ ଅନ୍ୟାନ୍ୟ ଯୋଜନାରେ ଲୋକ ମାନଙ୍କୁ ସାମିଲ କରି ଆର୍ଥିକ ମଜବୁତ କରିବାକୁ ଚାହୁଁଚ୍ଥନ୍ତି । ଅପର ପକ୍ଷରେ ବର୍ଷା ଋତୁରେ ମନରେଗାରେ ମାଟି କାମ ହୋଇପାରୁ ନ ଥିବା ବେଳେ ବୃକ୍ଷ ରୋପଣ, ମତ୍ସ ଚାଷ ଇତ୍ୟାଦିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଚ୍ଥି । ଜଙ୍ଗଲ ବିଭାଗ ଜିଲ୍ଲାର ୧ ଲକ୍ଷ ବୃକ୍ଷ ଚଳିତ ବର୍ଷ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟାନ୍ୟ ବିଭାଗ ଗୁଡିକ ମାନଙ୍କରେ ଏହା ୨ ଲକ୍ଷ ଏହିଭଳି ମେ୍ାଟ ୩ ଲକ୍ଷ ଗଚ୍ଥ ଲଗାଇବାର ଲକ୍ଷ୍ୟ ଜିଲ୍ଲା ପାଇଁ ଧାର୍ଯ୍ୟ କରାଇ ତାହାକୁ ସପଂଳ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଚ୍ଥନ୍ତି । ଅପର ପକ୍ଷରେ ପ୍ରତ୍ୟେକ ପୋଖରୀ ହୁଡାରେ ନଡିଆ, ଅମୃତଭଣ୍ଡା, କଦଳୀ ଗଚ୍ଥ ଲଗାଇବାକୁ ସଂପୃକ୍ତ ବିଭାଗ ମାନଙ୍କୁ ପରାମର୍ଶ ଦେଇ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଚ୍ଥନ୍ତି । ସେହିପରି ଚଳିତ ବର୍ଷ ୨୩ ଜୁନରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଜିଲ୍ଲାର ପ୍ରତ୍ୟେକ ପରିବାର ପକ୍ଷରୁ ଗୋଟିଏ ଲେଖାଏଁ ନଡିଆ ଗଚ୍ଥ ଲଗାଇ ପରିବେଶକୁ ସୁସ୍ଥ ରଖିବାକୁ ସଂପକ୍ପ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଚ୍ଥନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଯେ କୈାଣସି ବ୍ୟକ୍ତି ନିଜ ବାଡିରେ ମଧ୍ୟ ଗଚ୍ଥ ଲଗାଇ ତାହାର ରକ୍ଷଣାବେକ୍ଷଣ କଲେ ସେମାନଙ୍କୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ ଓ ମତ୍ସ ଚାଷରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜୀବିକା ମିଶନର ଡି.ପି.ଏମ୍. ବନଜ ମାହାରୀ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକର ଆଇ.ଏ.ଏସ୍. ପ୍ରୋବେସନର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡି.ଏପଂ.ଓ., ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ମନରେଗାର ସଂଯୋଜକ ଚିନ୍ମୟ କୁମାର ସିଂ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।


