ବିଦ୍ୟାଳୟ ପାଲଟିଛି ସଙ୍ଗରୋଧ କେନ୍ଦ୍ର : ନାମଲେଖାକୁ ନେଇ ଚିନ୍ତାରେ ଅଭିଭାବକ

ହିଞ୍ଜିଳିକାଟୁ, (ୱାଇଏନଏସ): ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଶିକ୍ଷାର୍ଥୀ ମାନଙ୍କ ନାମଲେଖା ସକାଶେ ଜୁନ ୮ ତାରିଖ ଠାରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାକୁ ନେଇ ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକରେ ଏବେ ଆଶା ଆଶଙ୍କା ଦେଖାଦେଇଛି । ହିଞ୍ଜିଳିକାଟୁ ବ୍ଳକର ୬୨ ଟି ବିଦ୍ୟାଳୟ ଓ ପୌରାଂଚଳର ୧୨ଟି ବିଦ୍ୟାଳୟରେ ଫେରନ୍ତା ପ୍ରବାସୀଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ପ୍ରାୟତଃ ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ବାହାର ରାଜ୍ୟ ପେରନ୍ତା ପ୍ରବାସୀ ଓଡ଼ିଆ ମାନେ ରହିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସଙ୍ଗରୋଧ କେନ୍ଦ୍ର ହୋଇଥିବା ବିଦ୍ୟାଳୟ ଗୁଡ଼ିକୁ ବିଶୋଧନ କରିବା ପରେ ନାମଲେଖା ପ୍ରକିୟା ଆରମ୍ଭ କରିବାକୁ ଅଂଚଳର ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି । କରୋନା ମହାମାରୀ ପରି ଏକ ଜାତୀୟ ବିପତି ସମୟରେ ଗଣଶିକ୍ଷା ବିଭାଗର ଏଭଳି ନିର୍ଦ୍ଦେଶକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି । ବହୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବର୍ତମାନ କରୋନା ଡ଼୍ୟୁଟି କରୁଥିବା ବେଳେ ନାମଲେଖା କାର୍ଯ୍ୟ କିଭଳି ହେବ ଏବଂ ସେମାନେ କିପରି ନିଜ ବିଦ୍ୟାଳୟରେ ଉପସ୍ଥିତ ରହି ନାମଲେଖା ଓ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତିକୁ ହାଲୁକା ଭାବେ ନନେଇ ପୁର୍ନବାର ଚିନ୍ତା କରି ବିଦ୍ୟାଳୟ ଗୁଡ଼ିକର ଉପଯୁକ୍ତ ବିଶୋଧନ ପକ୍ରିୟା ପରେ ହିଁ ନାମଲେଖା କାର୍ଯ୍ୟ ଆରମ୍ଭ କରିବା ପାଇଁ ବହୁ ଅଭିଭାବକ ଦାବି ଜଣାଇଛନ୍ତି । ଏ ନେଇ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଯେଉର୍ ସଙ୍ଗରୋଧ କେନ୍ଦ୍ର ବା ବିଦ୍ୟାଳୟରେ ଏଡ଼ମିଶନ ପାଇଁ ସୁବିଧା ରହିଛି ସେଠାରେ ଶିକ୍ଷାର୍ଥୀଙ୍କ ଏଡ଼ମିଶନ କରାଯାଉଛି ଏବଂ ଯେଉଁଠାରେ ସମ୍ଭବ ନୁହେଁ ସେଠାରେ ସ୍ଥଗିତ ରଖାଯାଇଛି । ଏଡ଼ମିଶନ ସକାଶେ ଶିକ୍ଷାର୍ଥୀଙ୍କୁ ବାରଣ କରାଯାଇଛି କେବଳ ଅଭିଭାବକ ମାନେ ଆସି ନିଜ ନିଜ ଶିଶୁଙ୍କ ନାମ ଲେଖାଇବାକୁ କୁହାଯାଇଛି । ଅପର ପକ୍ଷରେ ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରୁ ନିଜ ନିଜ ଗୃହକୁ ଫେରିବା ପରେ ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀ ମାନେ ନାମ ଲେଖାଇବେ । ଜୁଲାଇ ମାସ ୧୫ ତାରିଖମଧ୍ୟରେ ଏହି ପ୍ରକିୟା ଶେଷ ହୋଇଯିବ ବୋଲି ବିଇଓ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ