ବଲିଉଡ୍‌ ହିରୋଇନ୍‌ଙ୍କୁ ଫିଟ୍‌ନେସ ରଖୁଛି ପୋଲ୍‌ ଡ୍ୟାନ୍ସ

ଦିନ ଥିଲା ସେକ୍ସି ଆଇଟମ୍‌ ନମ୍ବର ଦେଖାଇବା ଲାଗି ପୋଲ୍‌ ଡ୍ୟାନ୍ସରଙ୍କ ସାହାରା ନିଆ ଯାଉଥିଲା। ଏବେ ଏହି ପୋଲ୍‌ ଡ୍ୟାନ୍ସ ବଲିଉଡ୍‌ ହିରୋଇନ୍‌ଙ୍କ ସେକ୍ସି ଫିଗର ମେଣ୍ଟେନ୍‌ କରିବାର ନୂଆ ଫିଟ୍‌ନେସ ଫଣ୍ଡା ପାଲଟିଛି। ବଲିଉଡ୍‌ ଅଭିନେତ୍ରୀମାନେ ପୋଲ୍‌ ଡ୍ୟାନ୍ସକୁ ରିଲ୍‌ରୁ ରିଅଲ ଲାଇଫ୍‌କୁ ନେଇ ଆସିଲେଣି। ନିଜ ଶରୀରକୁ ସ୍ଲିମ୍‌ ଟ୍ରିମ୍‌ କରିବା ଲାଗି ସେମାନେ ଏବେ ପୋଲ୍‌ ଡ୍ୟାନ୍ସକୁ ଆପଣାଉଥିବା ଦେଖିବାକୁ ମିଳୁଛି।
ଜ୍ୟାକଲିନ୍‌ ଫଣ୍ଣାଣ୍ଡେଜ୍‌
ସଲମାନ ଖାନ୍‌ଙ୍କ ସିନେମା ରେସ୍‌ ୩ର ଗୀତ ‘ହୀରିୟେ’ରେ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ୍‌ ଯେଉଁ ଭଳି ଭାବେ ଜବରଦସ୍ତ ପୋଲ୍‌ ଡ୍ୟାନ୍ସ କରିଛନ୍ତି, ତାହା ନିଶ୍ଚୟ ଦେଖିଥିବେ। ମାତ୍ର ପ୍ରଥମ ଥର ପାଇଁ ଜ୍ୟାକଲିନ କୌଣସି ସିନେମାରେ ପୋଲ୍‌ ଡ୍ୟାନ୍ସ କରି ନାହାନ୍ତି। ନିଜ ସିନେମା ‘ଏ ଜେଣ୍ଟଲମ୍ୟାନ୍‌’ରେ ମଧ୍ୟ ଜ୍ୟାକଲିନ୍‌ ନିଜ ପୋଲ୍‌ ଡ୍ୟାନ୍ସର ଯାଦୁ ଦର୍ଶକଙ୍କୁ ଦେଖାଇ ସାରିଛନ୍ତି। ଏହି ପୋଲ୍‌ ଡ୍ୟାନ୍ସକୁ ଜ୍ୟାକଲିନ ନିଜ ଫିଟ୍‌ନେସ ରୁଟିନ୍‌ରେ ମଧ୍ୟ ସାମିଲ କରି ଦେଇଛନ୍ତି। ଏବେ ସେ ନିୟମିତ ପୋଲ୍‌ ଡ୍ୟାନ୍ସ କରି ନିଜ ଫିଗରକୁ ମେଣ୍ଟେନ୍‌ କରୁଛନ୍ତି। ଏହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖିବାକୁ ମିଳୁଛି।
ୟାମି ଗୌତମ
କିଛି ଦିନ ପୂର୍ବରୁ ବଲିଉଡ୍‌ର ଅଭିନେତ୍ରୀ ୟାମି ଗୌତମ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ପୋଲ୍‌ ଡ୍ୟାନ୍ସ କରୁଥିବା ନଜର ଆସୁଥିଲେ। ଏହି ଭିଡ଼ିଓକୁ ସୋସାଲ ମିଡିଆରେ ଖୁବ୍‌ ପସନ୍ଦ ମଧ୍ୟ କରାଯାଇଥିଲା। ଜ୍ୟାକଲିନ ପ୍ରଥମେ ନିଜ ସିନେମା ପାଇଁ ପୋଲ୍‌ ଡ୍ୟାନ୍ସ ପ୍ରଶିକ୍ଷଣ ନେଇଥିଲେ, ମାତ୍ର ୟାମି ଫିଟ୍‌ନେସ ପାଇଁ ଏହା ଆରମ୍ଭ କରିଥିଲେ। ୟାମିଙ୍କ କହିବାନୁସାରେ ସେ ସୁସ୍ଥ ଓ ଫୂର୍ତ୍ତି ରହିବା ଲାଗି ଫିଟ୍‌ନେସ୍‌, ଡ୍ୟାନ୍ସ ଓ ପୋଲ୍‌ ଡ୍ୟାନ୍ସ କରିବାକୁ ଖୁବ୍‌ ପସନ୍ଦ କରନ୍ତି।
ଈଶା ଗୁପ୍ତା
ନିଜର ସୁନ୍ଦର ଶରୀର ପାଇଁ ଜଣାଶୁଣା ଅଭିନେତ୍ରୀ ଈଶା ଗୁପ୍ତା ମଧ୍ୟ ପୋଲ୍‌ ଡ୍ୟାନ୍ସ ମାଧ୍ୟମରେ ନିଜକୁ ଫିଟ୍‌ ରଖନ୍ତି। କିଛି ଦିନ ପୂର୍ବରୁ ଈଶା ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ପୋଲ୍‌ ମାଧ୍ୟମରେ ଅଲଗା ଅଲଗା ପ୍ରକାରର ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି। ଈଶା ପୋଲ୍‌ ଡ୍ୟାନ୍ସକୁ ନିଜ ନିୟମିତ ରୁଟିନ୍‌ରେ ମଧ୍ୟ ସାମିଲ କରିଛନ୍ତି।
ସ୍ମାଇଲ ସୁରୀ
କିଛି ଦିନ ପୂର୍ବରୁ ଶକ୍ତି ଶୀର୍ଷକ ଏକ ପୋଲ୍‌ କ୍ୟାମ୍ପର ଆୟୋଜନ କରିଥିଲେ ଅଭିନେତ୍ରୀ ସ୍ମାଇଲ୍‌ ସୁରୀ। ଲୋକଙ୍କୁ ପୋଲ୍‌ ଡ୍ୟାନ୍ସ ମାଧ୍ୟମରେ ମାନସିକ ଚାପରୁ ରକ୍ଷା କରିବାର ଉପାୟ ଜଣାଉଥିବା ଏହି ଅଭିନେତ୍ରୀଙ୍କ ପାଇଁ ପୋଲ୍‌ ଡ୍ୟାନ୍ସ ତାଙ୍କ ଜୀବନ ଓ କ୍ୟାରିଅରର ଟର୍ଣ୍ଣି ପଏଣ୍ଟ ପାଲଟିଯାଇଛି। ସ୍ମାଇଲ୍‌ଙ୍କ କହିବାନୁସାରେ ପୋଲ୍‌ ଡ୍ୟାନ୍ସ ତାଙ୍କୁ ଅବସାଦରୁ ବାହାର ହେବାରେ ସାହାଯ୍ୟ କଲା। କାମ ମିଳୁ ନ ଥିବାରୁ ସେ ମାତ୍ରାଧିକ ଚିନ୍ତାରେ ଥିଲେ ଏବଂ ମୋଟୀ ହେବାରେ ଲାଗିଲେ। ନୃତ୍ୟ ମାଧ୍ୟମରେ ସେ ତାଙ୍କ ଅବସାଦ ଓ ଦୁଃଖରୁ ବାହାରି ପାରିବେ ବୋଲି ସେ ଚିନ୍ତା କଲେ। ପ୍ରଥମେ ସେ ଏରିୟଲ ଡ୍ୟାନ୍ସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ପରେ ସେ ପୋଲ୍‌ ଡ୍ୟାନ୍ସ ପ୍ରତି ଆକର୍ଷିତ ହୋଇଥିଲେ। ଏହା ପରେ ତାଙ୍କ ଜୀବନ ବଦଳି ଯାଇଥିଲା। ପୋଲ୍‌ ଡ୍ୟାନ୍ସ ନିଜକୁ ଏକାଗ୍ର ଏବଂ ନିୟନ୍ତ୍ରଣ ରଖିବା ଶିଖାଇଥାଏ। ଏବେ ସେ ନିଜକୁ ବହୁତ ସକାରାତ୍ମକ ଏବଂ ଶକ୍ତିଶାଳୀ ଅନୁଭବ କରୁଛନ୍ତି ବୋଲି ସ୍ମାଇଲ୍‌ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ