ବଲିଉଡ଼ରେ ଏଣ୍ଟ୍ରି କଲେ ଅମରିସପୁରିଙ୍କ ନାତି
ବଲିଉଡ଼ରେ ଖଳନାୟକ ଭାବେ ବେଶ୍ ଜଣାଶୁଣା ସ୍ୱର୍ଗତଃ ଅମରିସପୁରିଙ୍କ ନାତି ବର୍ଦ୍ଧନ ପୁରି ବଲିଉଡକୁ ଏଣ୍ଟ୍ରି କରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର “ୟେ ସାଲି ଆଶିକି”ର ଟ୍ରେଲର ମଙ୍ଗଳବାର ମୁକ୍ତିଲାଭ କରିଛି । ଏନେଇ ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଟ୍ରେଲରଟି ୨ ମିନିଟ ୩୭ସେକେଣ୍ଡର ହୋଇଛି । ଜୟନ୍ତି ଲାଲ ଗାଡ଼ାଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବାବେଳେ ଏଥିରେ ଚେରାଗ ରୁପାରିଅଲ ନିର୍ଦେଶନା ଦେଇଛନ୍ତି । ହିତେଶ ମାଡାଙ୍କ ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକୁ ସଜାଯାଇଛି । ବର୍ଦ୍ଧନ ପୁରିଙ୍କ ବ୍ୟତୀତ ଶିବଲେକା ଓବେରୟ ଓ ସ୍ୱାମି ଓମଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ନାଭେମ୍ବର ୨୨ ତାରିଖରେ ପରଦାକୁ ଆସିବ ।


