ବଳଦେବଜୀଉ ପୀଠରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଆଖୁଆପଦା, (ବସନ୍ତ କୁମାର ବେହେରା): ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଂଚାୟତ ମଞ୍ଜୁରୀ ବଳଦେବଜୀଉ ପୀଠରେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ବିଜୟ କୁମାର ସାହୁ ଏହାକୁ ଶୁଭାରମ୍ଭ କରିଥିଲେ। ବଳଦେବଜୀଉ ମନ୍ଦିର ଠାରୁ ରକ୍ଷାକାଳୀ ମନ୍ଦିର ସହିତ ପଂଚାୟତ କାର୍ଯ୍ୟାଳୟ ଓ ମେଡିକାଲ ପରିସର ସଫେଇ ହୋଇଥିଲା। ଏଥିରେ ସରପଂଚ ମନୋଜ କୁମାର ନାୟକ, ବିଆରସି ଉଦୟନାଥ ବେଜ, କାହ୍ନୁଚରଣ ମହାନ୍ତି, ନୃସିଂହ ବେହେରା, ରାଜୀବ ବିଶ୍ୱାଳ, ସୁଭଦ୍ରା ପାତ୍ର, ରାଧାଶ୍ୟାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ୨୩ଗୋଟି ପଞ୍ଚାୟତର ସ୍ବେଚ୍ଛାଗ୍ରାହୀ ମାନେ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସ୍ୱଚ୍ଛ ଭାରତ ସ୍ଲୋଗାନ ଦେବା ସହ ବିଭିନ୍ନ ସ୍ଥାନକୁ ବୁଲି ବୁଲି ସଫେଇ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ