ବଳଭଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ଶାସନ ଠାରେ ୩ ଦିନ ବ୍ୟାପୀ ବଳଭଦ୍ରଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ଶିବ ମନ୍ଦିର ପୁଷ୍କରିଣୀରୁ କଳସ ଅଣାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ସୂର୍ଯ୍ୟ ପୂଜା, ଅଙ୍କୁରାରୋପଣ, ଅଗ୍ନିପୂଜା, ଗୋପୂଜା, ଭାଗବତ ପଠନ, ବିଭିନ୍ନ ଦେବାଦେବୀ ପୂଜା, ଜୀବନ୍ୟାସ ପୂଜା, ବ୍ରତଘର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ପଣ୍ଡିତ କୃଷ୍ଣ ଚନ୍ଦ୍ର ପଣ୍ଡା, ନିଳାମ୍ବର ମିଶ୍ର, ଚନ୍ଦନ କୁମାର ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ପୂଜା କାର୍ଯ୍ୟରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମରେ ଗଣିଜାଙ୍ଗ ଶାସନର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ