ବସୁଧା ଯୋଜନା ଫେଲ : ଛୁଆଁ ପାଣି ହିଁ ଭରଷା, ସମସ୍ୟା ଘେରରେ ଅଞ୍ଚଳ ବାସୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଉଜୁମୁଷ୍ପା ଗାଁ ରେ ରହି ଆସୁଛନ୍ତି ୫୦ ରୁ ଉର୍ଦ୍ଧ ପରିବାର l କିନ୍ତୁ ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା, ଟ୍ୟାପ ଅଛି ପାଣି ମୁନ୍ଦାଏ ମିଳୁନି ପିଇବାକୁ ,” ଜଳ ହିଁ ଜୀବନ ଜଳ ବିନା କେହି ବଞ୍ଚି ପାରିବେ ନାହିଁ ” ଏହାକୁ ଗୁରୁତ୍ୱ ଦେଇ ସରକାର ବସୁଧା ଯୋଜନା ରେ ସବୁ ଗ୍ରାମ କୁ ପିଇବା ପାଣି ଯୋଗାଇ ଦେବା ପାଇଁ ଅନୁଦାନ ମଧ୍ୟ ଦେଇଛନ୍ତି l ଏ ସବୁ ଯୋଜନା ଠିକାଦାର ଙ୍କ ଅବହେଳା ଯୋଗୁଁ ଟ୍ୟାପ ଥାଇ ମଧ୍ୟ ପାଣି ମିଳୁନାହିଁ l ଟ୍ୟାପ ଆରମ୍ଭ ରୁ ଅଚଳ ହୋଇ ପଡ଼ି ରହିଛି l ଗ୍ରାମରେ ଥିବା ଦୁଇଟି ନଳକୂପ ଗ୍ରାମବାସୀ ଙ୍କୁ ଆବଶ୍ୟକ ପାଣି ଯୋଗାଇ ପାରୁନାହିଁ l ଗୋଟିଏ ନଳକୂପ ରୁ ବାଲଟିଏ ପାଣି ବାହାରିଲେ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ବିଷୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଚୁଆ, ପାଣି ଜଳ ବ୍ୟବହାର କରୁଛନ୍ତି l ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ପାଣି ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ମାନଙ୍କ ତରଫରୁ ଟୁକି କହଁର, ଲଲିତା କହଁର,ଦେବକୀ କହଁର, ଅମ୍ବିକା ବଗାର, ନିର୍ମଦା ବଗାର, ସୈନ୍ଦ୍ରି କହଁର, ମିତା କହଁର, ସୂର୍ଣ୍ଣଲତା କହଁର, ପିଙ୍କି ବଗାର, ଶାନ୍ତି ଲତା ବଗାର, ପ୍ରମୁଖ ଦାବି କରିଛନ୍ତି l ସରକାର ବିଭିନ୍ନ ଗ୍ରାମାଞ୍ଚଳ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ସଠିକ୍ ବ୍ୟବହାର ଅବହେଳା ଯୋଗୁଁ ଅପହଞ୍ଚ ଇଲାକାରେ ଟୋପାଏ ପାଣି ସମସ୍ୟା ପାଇଁ ନାଳ ପୋଖରୀ ଉପରେ ନିର୍ଭର କରିଥାନ୍ତି l ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟା ଯୋଗାଇବା ନିମନ୍ତେ ଗ୍ରାମବାସୀ ମାନେ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ