ବହଳଦା ପୋଲିସ ଦ୍ୱାରା ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ତହସିଲ ଅଂଚଳରେ ବାଲି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । ସାଂପ୍ରତିକ କରୋନା ମହାମାରୀ ସମୟରେ ସମସ୍ତ ବେପାର ବାଣିଜ୍ୟ ଠପ ହୋଇଯାଇଛି । ଏହାର ପ୍ରଭାବରେ ସୁନା ରୁପା ଦର ହ୍ରାସ ପାଉଥିବା ବେଳେ ପଥର,ବାଲି,ମୋରମ ଦର ବିଭିନ୍ନ କ୍ଷେତ୍ରରେ ନିର୍ମାଣ ପାଇଁ ଚାହିଦା ଦୁଇଗୁଣ ହେବା ସହ ଦର ବୃଦ୍ଧି ପାଇଛି । ଏହାର ସୁଯୋଗକୁ ହାତଛଡ଼ା କରିବା ନାହାନ୍ତି ବାଲି ମାଫିଆ । ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ବହଳଦା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଚାଳକକୁ ଗିରଫ କରି ୭୮/୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଡ୍ରାଇଭର କିସନ ମୁର୍ମୁଙ୍କ ଘର ବହଳଦା ବ୍ଳକ ଗିଦିଘାଟି ।


