ଗ୍ରାମବାସୀଙ୍କ ଦ୍ୱାରା ଗୋରୁ ବୋଝେଇ ପିକଅପ ଭେନ ଅଟକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର କରଂଜିଆ ଉପଖଣ୍ଡ ପାଲିଟିଛି ଗୋରୁ ମାଫିଆଙ୍କ ଚରାଭୂଇଁ । ପୋଲିସର କାମ କରୁଛନ୍ତି ଗ୍ରାମବାସୀ ଓ ଗୋପ୍ରେମୀ । ଗୋରୁ ମାଫିଆଙ୍କ ପଛରେ କାହାର ଆଶୀର୍ବାଦ ରହିଛି ? ମୟୂରଭଂଜ ଜିଲ୍ଲାର କରଞ୍ଜିଆ ବ୍ଲକ ଚାଂଚବଣି ଅଞ୍ଚଳ ଦେଇ ଆସୁଥିବା ଏକ ପିକଅପ OD11A6014 ଗାଡ଼ିରେ ଗୋରୁବୋଝି ହୋଇ ଚାଲାଣ ହେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି | କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଂଚି, ଗାଡ଼ିଟିକୁ ଜବତ କରିବା ସହିତ ଗାଡ଼ିରେ ଥିବା ୧୦ ଟି ଗୋରୁଙ୍କୁ ଉଦ୍ଧାର କରି କରଞ୍ଜିଆ ଗୋଶାଳକୁ ହସ୍ତାନ୍ତର କରିଛି | ତେବେ ଗାଡିର ଡ୍ରାଇଭର, ହେଲପର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି | କରଞ୍ଜିଆ ଅଞ୍ଚଳରେ ଦିନକୁ ଦିନ ମାଫିଆ ମାନେ ଅତିନିର୍ଦ୍ୱୟ ଭାବେ ଗୋରୁ ଚାଲାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ ନିଷ୍କ୍ରିୟଥିବା ନେଇ ଗ୍ରାମଞ୍ଚଳରେ ସ୍ୱର ଉତ୍ତଳୋନ ହେଉଥିବା ଦେଖାଦେଇଛି | ତେବେ ପୋଲିସ ଗାଡିକୁ ଥାନାରେ ଅଟକ ରଖି ଗାଡି ନମ୍ବରରୁ ଯାଞ୍ଚ କରୁଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ