ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅନ୍ତର୍ଗତ ପିଟିଧିରି-ମୋରଣ୍ଡା ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି । ଘଟଣାଟି ବୁଧବାର ଦିନ ରାତି ୭.୪୫ ପାଖାପାଖି ସମୟରେ ଘଟିଥିଲା । ସୁଚନା ଅନୁଯାୟୀ ବହଳଦା ଥାନା କଳାପାଣି ଗ୍ରାମର ତାରସ୍ ହେମ୍ବ୍ରମ (୧୬) ଏବଂ ତା ସାଙ୍ଗ ସୁଜିତ ମୁର୍ମୁ (୧୬) ବାଇକରେ ଜାମଦା ଥାନା ପିଟି ଧରି ଗ୍ରାମ ଦେଇ ରାସ୍ତାରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବ ଗାର୍ଡଓ୍ବାଲରେ ଭାରସାମ୍ୟ ହରାଇ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ସେଠାରେ ତାରସ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଗୁରୁତର ସୁଜିତ କୁ ବାରିପଦା ଜିଲ୍ଲା ହସପିଟାଲରକୁ ସ୍ଥାନାନ୍ତରିତ କରାଯାଇଥିଲା । ପୋଲିସ ଘଟଣାକୁ ନେଇ ଏକ ମାମଲା କେଶ ନମ୍ବର ୩୫/୨୨ ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।


