ଯୁବା ସେବାସଂଘ ଗଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଭଦ୍ରକ ଜିଲ୍ଲା ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଯୁବା ସେବା ସଂଘ ଗଠିତ ହୋଇଯାଇଛି। ଅହମ୍ମଦାବାଦ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ଜ୍ୟୋତି ଭାଇଙ୍କ ସଂଯୋଜନାରେ ସଂଘ ଗଠନ ହୋଇଥିବା ବେଳେ ସଚିବ ଭାବେ ଅଧ୍ୟାପକ ତପନ କୁମାର ଓଝାଙ୍କୁ ମନୋନୀତ କରାଯାଇଥିଲା। ସେହିଭଳି ଯୁବା ସେବା ସଂଘର ଉପ ପ୍ରମୁଖ ସଚିବ ଭାବେ ଶିକ୍ଷାବିତ ପବନ କୁମାର ନାୟକ, ସହ ସଚିବ ଭାବେ ଚନ୍ଦନ କୁମାର ଦାସ ଓ କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ବାରିକଙ୍କୁ ମନୋନୀତ କରାଯାଇଛି। ସଂସ୍କାର ସେବା ପ୍ରଭାରୀ ଭାବେ ଅମରିଶ ମହାନ୍ତି ଓ ମିଡିଆ ପ୍ରଭାରୀ ଭାବେ ଦୁର୍ଯ୍ୟୋଧନ ଲେଙ୍କାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଏଥିରେ ସମିତି ସଭାପତି ଦୈତାରୀ ପଣ୍ଡା, ଜିତେନ୍ଦ୍ର ନାୟକ, ଅଶୋକ ମିଶ୍ର ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦାତା ଭାବେ ଦାୟିତ୍ୱ ଦିଆଯାଇଛି ।


