ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ରବିବାର ରାତି ପ୍ରାୟ ୮ଟା ୩୦ ବେଳେ ବନ୍ତ ଥାନା ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ନିଳୋକ ପଞ୍ଚାୟତ ଓଳମ ଗ୍ରାମର ଅଭିରାମ ଖିଲାରଙ୍କ ପୁଅ ରାଜେଶ(୨୨) ବୋଲି ଜଣାଯାଇଛି । ପ୍ରକାଶ ଯେ, ଓଳମ ଗ୍ରାମର ଅଭିରାମ ଖୁଲାରଙ୍କ ପୁଅ ରାଜେଶ କେନ୍ଦୁଆପଦା ରେଳ ଷ୍ଟେସନରୁ ତାଙ୍କର କୌଣସି ସଂପର୍କୀୟଙ୍କୁ ଆଣିବା ପାଇଁ ବାଇକ ଯୋଗେ ଘରୁ କେନ୍ଦୁଆପଦା ଯାଉଥିଲେ । ବନ୍ତ-ବାରିକପୁର ରାସ୍ତାର ଶିଆଳିଆ ଟର୍ଣ୍ଣିଂ ପଏଣ୍ଟ ଠାରେ ରାଜେଶ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଗଛରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଗୁରୁତର ରାଜେଶଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପରିବାରଙ୍କୁ ଖବର ଦେବା ସହ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ଭଦ୍ରକ ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ହୋଇ ଗ୍ରାମରେ ପହଞ୍ôଚବା ପରେ ଶୋକାକୁଳ ପରିବେଶରେ ଶବ ସକ୍ରାର କରାଯାଇଥିଲା । ଏନେଇ ବନ୍ତ ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ