ବାଇକ ଆମ୍ବୁଲାନ୍ସ ମୁହାଁମୁହିଁ; ଦୁଇ ଗୁରୁତର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ତିରିଂ ରାସ୍ତା ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣାପାଣି ଛକରେ ଶନିବାର ପୂର୍ବାହ୍ନରେ ବାଇକ ଓ ଆମ୍ବୁଲାନ୍ସ ମୁହାଁମୁହିଁ ରେ ବାଇକରେ ଥିବା ଦୁଇଜଣ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା ।ଦୁଇଜଣ ହେଲେ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମର ବେଲାଲ ଆନସାରୀ(୨୫) ଓ ସେକ୍ସି ଆବାସ(୪୦) । ସେମାନଙ୍କର ମୁଣ୍ଡ ଓ ଗୋଡ଼ରେ ମାଡ଼ ହୋଇଛି । ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ବାରିପଦା ସରକାରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରାଇରଙ୍ଗପୁର ଟାଉନ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ମାମଲା ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ