‘ବାଘ ନୁହେଁ ମଣିଷଖିଆ’
ବାଘ ନୁହେଁ ମଣିଷଖିଆ । କୌଣସି ପରିସ୍ଥିତିରେ ଯଦି ବାଘ ମଣିଷକୁ ଆକ୍ରମଣ କରେ, ତେବେ ବାଘକୁ ମଣିଷଖିଆ କୁହାଯାଇପାରିବ ନାହିଁ । ତେବେ ସେମାନଙ୍କଠାରୁ ମଣିଷ ପ୍ରତି ବିପଦ ଥିବା କୁହାଯାଇପାରିବ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-ଏନସିଟିଏ ପକ୍ଷରୁ ସଂଶୋଧିତ ଗାଇଡ୍ଲାଇନ୍ରେ ଏହା ଉଲ୍ଲେଖ କରାଯାଇଛି । ବାଘ କ୍ରମଶଃ ନିଶ୍ଚିହ୍ନ ହୋଇଆସୁଛି । ପରିବେଶର ଅସନ୍ତୁଳନ, ହ୍ରାସ ପାଉଥିବା ଜଙ୍ଗଲ ପାଇଁ ଅନେକ ସମୟରେ ବାଘ ଜନପଦକୁ ଚାଲିଆସୁଛନ୍ତି । ଏମାନଙ୍କୁ କାବୁ କରିବାକୁ ବିଭିନ୍ନ ସମୟରେ ଟ୍ରାଙ୍କୁଲାଇଜର ମଧ୍ୟ ବ୍ୟବହାର ହେଉଛି । ନଭେମ୍ୱର ୧୧ତାରିଖରେ ଜାରି ଏନଟିସିଏ ଗାଇଡଲାଇନରେ ଏହି ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଅତି ଆବଶ୍ୟକ ସ୍ଥଳେ ବନ୍ୟ ବିଭାଗର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି । ବାଘ ପାଇଁ ମଣିଷଖିଆ, ହିଂସ୍ର ଆଦି ଶବ୍ଦ ବ୍ୟବହାର ନକରିବାକୁ ଅନେକ ସମୟରେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପଶୁପ୍ରେମୀମାନେ ବିରୋଧ କରି ଆସିଥିଲେ । କର୍ଣ୍ଣାଟକର ବାନ୍ଦିପୁରା ବ୍ୟାଘ୍ର ପ୍ରକଳ୍ପରେ ଏକ ବାଘକୁ ଧରିବା ପାଇଁ ବୃହତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ସରକାର ବାଘକୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଛନ୍ତି ବାଘ ପ୍ରେମୀ ।


