ବାଜପେୟୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଉପଲକ୍ଷେ ବାରିକପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ବିଜେପି ନେତା ବଦ୍ରୀନାରାୟଣ ଧଳ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୫୦ଜଣ ରକ୍ତଦାତା ରକ୍ତଦାନ କରିଥିବାବେଳେ ଶିବିରକୁ ରବିନାରାୟଣ ସାହୁ, ସରପଞ୍ଚ କମଳ କୁମାର ନନ୍ଦ, ଜଗବନ୍ଧୁ ଦାସ, ସୁଶାନ୍ତ ମହାପାତ୍ର, ତପନ ବାରିକ, ରାଜେଶ ସାମଲ, ସ୍ୱରାଜ ମହାପାତ୍ର, ମନୋଜ ବିଶ୍ୱାଳ, ତପସ୍ୱିନୀ ମହାପାତ୍ର, ସତ୍ୟବ୍ରତ ଦାସ, ପ୍ରତିକ୍ ଗୋଚ୍ଛାୟତ, ଖଗେଶ୍ୱର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଭଦ୍ରକ ବ୍ଲଡ ବ୍ୟାଙ୍କର ଡାକ୍ତର କମଳା ମିଶ୍ରଙ୍କ ସମେତ କର୍ମଚାରୀ ମଧୁସୂଦନ ବେହେରା, ରତିକାନ୍ତ ବଳ, ସୁଧାଂଶୁ ସେଠୀ, ରଘୁନାଥ ପଣ୍ଡା, ବଳରାମ ପୁହାଣ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।


