ବାଟୋଇ ସାରସ୍ୱତ ପୁରସ୍କାର ଘୋଷଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ବାଟୋଇ’ ସାରସ୍ୱତ ପୁରସ୍କାର ଘୋଷଣା ହୋଇଛି । ଏହି ପୁରସ୍କାର ପାଇବାକୁ କବିତାରେ କବି ସରୋଜ ମହାପାତ୍ର, ଗଳ୍ପରେ ଗାଳ୍ପିକ ଡଃ ବାସନ୍ତୀ ମହାନ୍ତି, ପ୍ରବନ୍ଧରେ ପ୍ରାବନ୍ଧିକ ଡଃ ସର୍ବେଶ୍ୱର ସେଣ, ସାମ୍ବାଦିକତାରେ ସାମ୍ବାଦିକ ଜଗନ୍ନାଥ ଦାସ ଓ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ଲେଙ୍କା ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ‘ବାଟୋଇ’ ସାରସ୍ୱତ ଗୌରବ ସମ୍ମାନ କବି ନିରାକାର ଦାସଙ୍କୁ ପ୍ରଦାନ କରାଯିବ ବୋଲି ବାଟୋଇର ସମ୍ପାଦକ ଶତ୍ରୁଘନ ତରାଇ ଓ ପରିଚାଳନା ସମ୍ପାଦକ ନୃସିଂହ ତରାଇ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ଜଣାଇଛନ୍ତି । ରାଜନଗରସ୍ଥ ଶ୍ରୀ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଆସନ୍ତା ଏପ୍ରିଲ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ବାଟୋଇ’ର ସ୍ୱନକ୍ଷତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଉତ୍ସବରେ ପ୍ରଖ୍ୟାତ କବି ଡଃ ଫନୀ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡଃ ହୃଷିକେଶ ମଲ୍ଲିକ, ସ୍ଥାନୀୟ ବିଧାୟକ ଧ୍ରୁବ ଚରଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ