ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଗଣଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ଗୁଡିକୁ ନେଇ ଗଣଧାରଣା ଦିଆଯାଇଥିବାର ଦେଖିବାକୁ ମିଳିଥିଲା । ଏଥିରେ ଭାରତୀୟ କ୍ଷେତମଜଦୁର ୟୁନିୟନର ରାଜ୍ୟ ସଭାପତି ଜନା ସୁବାସଚନ୍ଦ୍ର ରାଓଙ୍କ ନେତୃତ୍ୱରେ ସିପିଆଇ ଓ ଅନ୍ୟାନ୍ୟ ବାମପନ୍ଥୀ ଦଳର ନେତାମାନେ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଜିଲ୍ଲାରେ ଜାଲ ଶିକ୍ଷାଗତ ଯୋଗ୍ୟତା ତଥା ବିଇଡି, ଜାଲ ବାସସ୍ଥାନ ପ୍ରମାଣପତ୍ର ଦର୍ଶାଇ ଚାକିରି ପାଇଥିବା ବିଷୟ ନେଇ ବହୁ ପୂର୍ବରୁ ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷା ବିଭାଗ ନୀରବ ରହିବା ଏବଂ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ୪୫୫ରୁ ଉର୍ଦ୍ଧ ବ୍ୟକ୍ତି ଶିକ୍ଷାକ୍ଷେତ୍ରରେ ଚାକିରି କରୁଥିଲେ ମଧ୍ୟ ସେମାନଙ୍କ ମୂଳ ପ୍ରମାଣ ପତ୍ର ଯାଞ୍ଚ ନକରି ଚୂପ ରହିବା ପଛର କାରଣ, ଏହି ଜାଲସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧରି ଫୌଜଦାରୀ ମାମଲା ରୁଜୁକରିବା, ବିଭିନ୍ନ ଆବାସ ଯୋଜନା ମାନଙ୍କରେ ଜାଲ୍ ଦସ୍ତାବିଜ୍ ଏବଂ ପ୍ରମାଣ ପତ୍ର ଦେଖାଇ ଟଙ୍କା ପାଇଥିବା, ଆର୍‌ଓଆର୍ ଯୋଗ୍ୟତା ନଥାଇ ଗୃହପାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବା, ଏବାବଦରେ ଅର୍ଥ ପାଇଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଫେରସ୍ତ କରିବା, ପାରଳାଖେମୁଣ୍ଡି ସହରରେ ଦଖଲ କରିଥିବା ସରକାରୀ ଜମି ଦଖଲକାରୀଙ୍କୁ ପଟ୍ଟା ଦେବା ଓ ଯେଉଁମାନଙ୍କୁ କାରଣ ଦର୍ଶାଅ ନୋଟିସ ନଦେଇ ଦୋକାନ ଭାଙ୍ଗିଦେଇ ହଇରାଣ କରିଥିବା ଲୋକଙ୍କୁ ପୁନର୍ବାର ସେହିଜାଗା ଦେବା କିମ୍ବା ଅନ୍ୟ ଜାଗାରେ ସେମାନଙ୍କୁ ଥଇଥାନ କରି ବିକଳ୍ପ ପଦକ୍ଷେପ ନେବା, ଘର ନିର୍ମାଣ ପାଇଁ ଆର୍ଥିକ ସାହାଯ୍ୟ କରିବା, ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ରାମସାଗର ନିକଟସ୍ଥ ଖାତା ନଂ ୧୬୫ ଓ ୧୬୬ ୪୫ ଏକର ଜାଗାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଏବଂ ବେଆଇନ ଜବରଦଖଲକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପାରଳା ସହରରେ ଗୃହହୀନଙ୍କୁ ପୌର ଅଞ୍ଚଳରେ ପଟ୍ଟା ପ୍ରଦାନ, ଆବାସ ଯୋଜନାରେ ଦୁର୍ନୀତି ବିରୁଦ୍ଧରେ କୋଭିଡ୍ ଅର୍ଥ ଦୁର୍ନୀତିର ତୁରନ୍ତ ତଦନ୍ତ ଦାବି, ଗରିବ ଶ୍ରେଣୀ ଏବଂ ଉପଯୁକ୍ତ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ, ପାରଳାଖେମୁଣ୍ଡି ସହରରେ ଥିବା ଐତିହାସିକ ମହାରାଜାଙ୍କ ରାଜପ୍ରାସାଦ ଚତୁଃପାଶ୍ୱର୍ରେ ଦଖଲ କରିଥିବା ଦଖଲକାରୀଙ୍କୁ ଉଚ୍ଛେଦ କରିବା ଆଦି ନେଇ ସ୍ଲୋଗାନମାନେ ଦେବା ସହ ଏହି ସବୁ ଦାବି ଗୁଡିକୁ ତୁରନ୍ତ ପୁରଣକରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ