ବାର୍ଷିକ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଛୟାଳସିଂ ବଜାରସ୍ଥିତ ଶ୍ରୀ ଶ୍ରୀ ଖଗେଶ୍ୱର ମହାଦେବ ପୀଠସ୍ଥଳୀରେ ଗତ ୫ ତାରିଖ ଠାରୁ ସପ୍ତାହ ବ୍ୟାପୀ ବାର୍ଷିକ ଭାଗବତ ପାରାୟଣ, ନାମସଂକୀର୍ତ୍ତନ, ପ୍ରବଚନ, ଗୀତାପାଠ, ବେଦପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମଙ୍ଗଳବାର ଅଧିବାସ କର୍ମ, ହରିହର ଭେଟ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିକାଶ ପତି, ପ୍ରକାଶ ପତିି ବେଦପାଠ କରିଥିବା ବେଳେ ଦୋଳଗୋବିନ୍ଦ ପାଗଳ ପ୍ରବଚନ ଦେଇଥିଲେ । ବୁଧବାର ବାଲୋ ଗ୍ରାମର ଖଗେଶ୍ୱର ପଣ୍ଡା, ଗୁରବାର ଅବଦୁଲ୍ଲାପୁରର ପଣ୍ଡିତ ଦେବେନ୍ଦ୍ର ପଣ୍ଡା ପ୍ରବଚନ ପ୍ରଦାନ କରିଥିଲେ । ଶୁକ୍ରବାର ଶାଳନିଆଁ ଗ୍ରାମର ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଶନିବାର ନୂଆଗାଁ ଗ୍ରାମର ଅନନ୍ତ ନାରାୟଣ ପଣ୍ଡା, ରବିବାର ମୌଦା ଗ୍ରାମର ଗାୟକ ହରିହର ପାଣିଗ୍ରାହୀ, ସୋମବାର ସୋସୋ ଗ୍ରାମର ପଣ୍ଡିତ ବିପିନ ବିହାରୀ ନାୟକ, ମଙ୍ଗଳବାର ଓଳମ ଗ୍ରାମର ପ୍ରବଚକ ଚିତ୍ତ ରଂଜନ ନାୟକ ପ୍ରବଚନ ପ୍ରଦାନ କରିବେ । ସେହିପରି ସୁରେନ୍ଦ୍ରନାଥ କର, ସୁରେନ୍ଦ୍ରନାଥ ପଣ୍ଡା, ମଣିଭଦ୍ର ପଣ୍ଡା, କମଳାକାନ୍ତ ପଣ୍ଡା, ଭାଗବତ ପଣ୍ଡା ପ୍ରମୁଖ ଭାଗବତ ପାରାୟଣ ପ୍ରଦାନ କରିବେ । ଏଥିରେ ଶ୍ରୋତା ଭାବେ ଚୈତନ୍ୟ ଚରଣ ପଟ୍ଟନାୟକ, କୁଳମଣି ନାୟକ, ବିଷ୍ଣୁ ମୋହନ ବାରିକ, ସନ୍ତୋଷ କୁମାର ନାୟକ, ରଘୁନାଥ ସ୍ୱାଇଁ, ଜଗନ୍ନାଥ ରାଉତ, କାର୍ତ୍ତିକ ଚନ୍ଦ୍ର ପାଳ ରହିଛନ୍ତି । ହରିହର ସେବକ ଭାବେ ଫକୀର ମୋହନ ତ୍ରିପାଠୀ, ଶୁକଦେବ ତ୍ରିପାଠୀ, ସୁବାଷ ଚନ୍ଦ୍ର ତ୍ରିପାଠୀ ଦାୟୀତ୍ୱ ତୁଲାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ